ଅସୁରକ୍ଷିତ ବୌଦ୍ଧପୀଠ

ଚଣ୍ଡିଖୋଲ,୫ା୫(ଡି.ଏନ୍‌.ଏ.): ଶୁକ୍ରବାର ଚନ୍ଦନ ପୂର୍ଣ୍ଣିମା। ଏହାକୁ ବୌଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଭଗବାନ ତଥାଗତ ବୁଦ୍ଧ ଏହି ଦିନ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବୁଦ୍ଧ ଜୟନ୍ତୀ ରୂପେ ପାଳନ କରାଯାଏ। ଓଡ଼ିଶାର ପ୍ରମୁଖ ବୌଦ୍ଧକ୍ଷେତ୍ର ହୀରକ ତ୍ରିଭୁଜ କଟକ ଜିଲାର ଲଳିତଗିରି, ଯାଜପୁର ଜିଲାର ରନତ୍ଗିରି ଓ ଉଦୟଗିରି ବିଶ୍ୱବିଦିତ। ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ପର୍ଯ୍ୟଟକ ତଥା ବୌଦ୍ଧ ଗବେଷକ ଆସିଥାନ୍ତି। କେନ୍ଦ୍ର ସରକାରଙ୍କ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏହାର ଉତ୍‌ଖନନ ଓ ସୁରକ୍ଷା ଦାୟିତ୍ୱ ନେଇଛି। ଏହାକୁ ସୁରକ୍ଷିତ କରିବା ପାଇଁ ସମସ୍ତ ବୌଦ୍ଧ ପୀଠ ପରିଧି ସୀମାରେ ପାଚେରି ନିର୍ମାଣ କରାଯାଇଛି। ତେବେ ଏହି ପାଚେରିର ଲୁହା ଖଣ୍ଡଗୁଡ଼ିକୁ ବାରମ୍ବାର ଚୋରି କରି ନିଆଯାଉଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲଳିତଗିରି, ଉଦୟଗିରି ଓ ରନତ୍ଗିରିର ଚତୁଃପାର୍ଶ୍ୱରେ ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ନିର୍ମାଣ କରାଯାଇଥିବାବେଳେ ଏବେ ବହୁ ସ୍ଥାନରୁ ଦୁର୍ବୃତ୍ତ ପାଚେରି ଭାଙ୍ଗିଦେଲେଣି, ଯାହାକୁ ନେଇ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି।
୧୯୭୬ରୁ ଏହି ବୌଦ୍ଧ ପୀଠଗୁଡ଼ିକର ଖନନ କରାଯାଇ ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି। ଉଦୟଗିରିଠାରେ ୨ ମହାବିହାର ଯଥା ସିଂହପ୍ରସ୍ଥ ମହାବିହାର ଓ ମାଧବପୁର ମହାବିହାର ଆବିଷ୍କୃତ ହୋଇଛି, ଯାହାକି ୧୦ମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ସମୟ ବୋଲି ଐତିହାସିକ ମତବ୍ୟକ୍ତ କରିଛନ୍ତି। ସେହିଭଳି ଲଳିତଗିରିଠାରେ ଲଣ୍ଡାପାହାଡ଼ର ସୁଉଚ୍ଚ ପର୍ବତ ଶିଖରରେ ଯେଉଁ ସ୍ତୂପ ବାହାରିଛି ସେ ସ୍ତୂପ ମଧ୍ୟରୁ ତଥାଗତ ବୁଦ୍ଧଙ୍କ ଅସ୍ଥି ମିଳିଛି। ୩ଟି ଫରୁଆରେ ଆବଦ୍ଧ ହୋଇ ରହିଥିବା ଏହି ଅସ୍ଥିକୁ ପ୍ରଥମେ ଭୁବନେଶ୍ୱର ରାଜ୍ୟ ସଂଗ୍ରାହଳୟରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଲଳିତଗିରିଠାରେ ବୁଲେଟ ପ୍ରୁଫ୍‌ ସଂଗ୍ରାହାଳୟ ସ୍ଥାପନ କରାଯାଇ ଏହି ଅସ୍ଥିକୁ ରଖାଯାଇଛି। ସେହିଭଳି ଖୀ୍ରପୂ ଦ୍ୱିତୀୟ ଶତାବ୍ଦୀର ବିରଳ ସ୍ତୂପ ପାରାଭାଡ଼ିଠାରେ ମିଳିଛି। ଏହାକୁ ପାରାଭାଡ଼ି ସ୍ତୂପ କୁହାଯାଉଥିବାବେଳେ ଦୀର୍ଘ ବର୍ଷ ଧରି ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା।
୨୦୨୩ ଫେବୃୟାରୀରେ ଏହାର ଖନନ କାର୍ଯ୍ୟ କରାଯାଇ ଲୋକଲୋଚନକୁ ଆସିଥିବାବେଳେ ଏହା ସମ୍ପୂର୍ଣ୍ଣ ଖନନ ହୋଇନାହିଁ। ସେହିଭଳି ରନତ୍ଗିରିଠାରେ ବୌଦ୍ଧ ମହାବିହାର ମିଳିଥିବାବେଳେ ବୌଦ୍ଧ ଭୀକ୍ଷୁ ଓ ପ୍ରାଚୀନ କୀର୍ତ୍ତିରାଜୀ ଆବିଷ୍କୃତ ହୋଇଛି। ଐତିହାସିକ ମତ ଦିଅନ୍ତି ଯେ, ଏଠାରେ ସେ ସମୟରେ ପୁଷ୍ପଗିରି ବୌଦ୍ଧ ବିଶ୍ୱବିଦ୍ୟାଳୟ ଥିଲା, ଯାହାର ଏବେବି କିଛି ଭଗ୍ନାବଶେଷ ଏହି ୩ଟି ବୌଦ୍ଧପୀଠରୁ ମିଳିଛି। ଖ୍ରୀପୂ ୬ଷ୍ଠ ଶତାବ୍ଦୀରେ ଚୀନ୍‌ ପରିବ୍ରାଜକ ହୋଏନ୍‌ସାଂ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏଠାରେ ପ୍ରାଚୀନ କୀର୍ତ୍ତିରାଜି ପରିପୂର୍ଣ୍ଣ ଥିବାନେଇ ସେତେବେଳେ ଉଲ୍ଲେଖ କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଏଏସ୍‌ଆଇର ଭୁବନେଶ୍ୱର ସର୍କଲକୁ ଦୁଇ ଭାଗରେ ବିଭକ୍ତ କରିଦିଆଯାଇଛି। ନୂତନ ସର୍କଲ ପୁରୀଠାରେ ପ୍ରତିଷ୍ଠା କରାଯାଇଛି। ଏହି ହୀରକ ତ୍ରିଭୁଜକୁ ପୁରୀ ସର୍କଲ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏଠାରୁ ଆବିଷ୍କୃତ ବୌଦ୍ଧ ଯୁଗୀୟ ବର୍ଷାବାସ, ବୌଦ୍ଧ ଗୁମ୍ଫା ଓ ଭଗ୍ନ ବୌଦ୍ଧ ମୂର୍ତ୍ତି ଖ୍ରୀଷ୍ଟ୍ରୀୟ ଦ୍ୱିତୀୟ ଶତାବ୍ଦୀର ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀ ସମୟର ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳର କାଏମା, ଲାଙ୍ଗୁଡ଼ି ଓ ରାଧାନଗରରୁ ବହୁ ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି। ଏହାକୁ ସୁରକ୍ଷିତ ରଖି ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ଏଏସ୍‌ଆଇ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ହେଲେ ଏଏସ୍‌ଆଇ ତରଫରୁ କେବେବି ବୁଦ୍ଧ ଜୟନ୍ତୀ ପାଳନ କରାଯାଇନାହିଁ। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ବୁଦ୍ଧ ଜୟନ୍ତୀ, ଲଳିତଗିରି, ଉଦୟଗିରି ଓ ରନତ୍ଗିରିଠାରେ ପାଳନ କରାଯାଏ। ଏହି ଜୟନ୍ତୀ ପାଳନ ଅବସରରେ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରକାର ଭାଷଣ ଚାଲିଥାଏ। ଏଥିସହିତ ବୌଦ୍ଧପୀଠର ପ୍ରାକୃତିକ ପରିବେଶକୁ ନେଇ ଚିନ୍ତାବ୍ୟକ୍ତ କରାଯାଏ। କିନ୍ତୁ ଏଏସ୍‌ଆଇର ବିନା ଅନୁମତିରେ ବୌଦ୍ଧ ପୀଠ ଅଞ୍ଚଳରେ ପ୍ରବେଶ କରିବା କିମ୍ବା ସଭା କରିବା ସମ୍ଭବ ନୁହେଁ। ସ୍ଥାନୀୟ ଅଞ୍ଚଳବାସୀ ଏହାର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ପ୍ରଚେଷ୍ଟା କରିଥିଲେ ମଧ୍ୟ ଏଏସ୍‌ଆଇ ପକ୍ଷରୁକୌଣସି ପଦକ୍ଷେପ ନିଆଯାଇ ନାହିଁ। ଏନେଇ ଏଏସ୍‌ଆଇର ପୁରୀ ସର୍କଲ ଅଧୀକ୍ଷକ ଡ. ଦିବିସଦ ବ୍ରଜସୁନ୍ଦର ଗଡ଼ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଏଠାରେ ଯାହା ଅସୁବିଧା ଅଛି ଓ ଚୋରି ହୋଇଛି ତୁରନ୍ତ ସେଗୁଡ଼ିକ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri