Categories: ଜାତୀୟ

ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ଚିହ୍ନଟ ସ୍ପଷ୍ଟ: ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି

ନୂଆଦିଲ୍ଲୀ,୨୩।୫: ଭାରତର ତାମିଲନାଡୁ ଏବଂ ତେଲଙ୍ଗାନାରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଥିବା ଆଇଏନ୍‌ଏସ୍‌ଏସିଓଜି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ତାମିଲନାଡୁର ଜଣେ ୧୯ ବର୍ଷୀୟା ଯୁବତୀ ବିଏ.୪ରେ ସଂକ୍ରମିତ ଥିବା ଭାରତୀୟ ସାର୍ସ-କୋଭ୍‌-୨ ଜିନୋମ କନ୍‌ସୋର୍ଟିୟମ (ଆଇଏନ୍‌ଏସ୍‌ଏସିଓଜି) କହିଛି। ଡବଲ ଡୋଜ୍‌ କୋଭିଡ୍‌ ଟିକା ନେଇଥିବା ଏହି ଯୁବତୀ ବାହାରକୁ ଭ୍ରମଣରେ ଯାଇ ନ ଥିଲେ। ପୂର୍ବରୁ ହାଇଦ୍ରାବାଦ ବିମାନବନ୍ଦରରେ ଜଣେ ଦକ୍ଷିଣ ଆଫ୍ରିକୀୟଙ୍କଠାରେ ଏହି ସବ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷରେ ତେଲଙ୍ଗାନାର ୮୦ ବର୍ଷୀୟଙ୍କଠାରେ ବିଏ.୫ ଚିହ୍ନଟ ହୋଇଛି। ତାଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରି ନାହିଁ

Share