Categories: ଜାତୀୟ

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା ଶକ୍ତି ପ୍ରଦର୍ଶନ କରିଛି। ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସ, ଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସରେ ସତପୁରା ଅଂଶଗ୍ରହଣ କରିଛି। ଏସମ୍ପର୍କରେ ଭାରତୀୟ ନୌସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଭ୍ୟାସ ସମୟରେ ଆଇଏନଏସ ସତପୁରା ସଠିକ ଟାର୍ଗେଟ ଭେଦ କରିଛି।

ଭାରତୀୟ ନୌସନାର ଆଇଏନଏସ ସତପୁରା ଏବଂ ପି-୮-ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଅଷ୍ଟ୍ରେଲିଆରେ ଆୟୋଜିତ ସମରାଭ୍ୟାସରେ ଭାଗ ନେବା ପାଇଁ ଚଳିତ ମାସ ଆରମ୍ଭରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା ।

ଭାରତୀୟ ନୌସେନାରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ ଦେଶର ନୌସେନାର ଜାହାଜ ଏବଂ ସାମୁଦ୍ରିକ ଯାନ ଏହି ବହୁରାଷ୍ଟ୍ରୀୟ ଅଭ୍ୟାସରେ ଭାଗ ନେଇଛନ୍ତି।

 

Share