Categories: ଜାତୀୟ

ନୌସେନାରେ ସାମିଲ ହେଲା କଓ୍ବରାତ୍ତିି

ବିଶାଖାପଟ୍ଟନମ୍‌, ୨୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ବଢୁଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ବୁଡ଼ା ଜାହାଜ କଓ୍ବରାତ୍ତିିକୁ ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍‌ ସ୍ଥିିତ ନାଭାଲ ଡକୟାର୍ଡରେ ନୌସେନାରେ ସାମିଲ କରାଯାଇଛି। ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରାଓ୍ବଣେ ଏହାକୁ ନୌସେନାରେ ସାମିଲ୍‌ କରିଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଏହି ବୁଡ଼ା ଜାହାଜକୁ କୋଲାକାତାର ଗାର୍ଡ଼େନ୍‌ ରିଚ୍‌ ଶିପ୍‌ବିଲ୍ଡର ଆଣ୍ଡ ଇଞ୍ଜିନିୟର ଦ୍ୱାରା ନିର୍ମିତ କରାଯାଇଛି। ଏହା ଶତ୍ରୁ ପକ୍ଷରୁ ବୁଡ଼ା ଜାହାଜକୁ ଚିହ୍ନଟ କରିବା ସହିତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share