ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା ଥିଲା ‘ପଠାନ’ ରିଲିଜ୍ ହେବା ପରେ ଘାଟିରେ ତାହା ଦେଖିବାକୁ ମିଳିଛି ।
କଶ୍ମୀର ଘାଟିର ସିନେମା ହଲରେ ‘ହାଉସଫୁଲ’ ସାଇନ ୩୨ ବର୍ଷ ପରେ ପୁଣିଥରେ ଫେରିଛି । ଜଣାଶୁଣା ମଲ୍ଟିପ୍ଲେକ୍ସ ଚୈନ ଆଇନକ୍ସ ଲିଜର ଲିମିଟେଡ ଏହି ଦାବି କରିଛି । ଏହାସହ ଆଇନକ୍ସ ଶାହାରୁଖ ଖାଁଙ୍କୁ ଧନ୍ୟବାଦ ଦେଇଛି ।

ଆଇନକ୍ସର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି । ଟୁଇଟରେ ଲେଖାଯାଇଛି, ଆଜି ଦେଶରେ ପଠାନ ଉନ୍ମାଦର ସହ, ଆମେ ୩୨ ବର୍ଷ ପରେ କଶ୍ମୀର ଘାଟିରେ ମୂଲ୍ୟବାନ ହାଉସଫୁଲ ସାଇନକୁ ଫେରାଇ ଆଣିଥିବାରୁ ଆମେ କିଙ୍ଗ ଖାଁଙ୍କ ନିକଟରେ କୃତଜ୍ଞ, ଥ୍ୟାଙ୍କ ୟୁ ଶାହାରୁଖ ଖାଁ ।
ସୂଚନାଯୋଗ୍ୟ, ବେଶ କିଛି ବର୍ଷ ପରେ ପୁଣି ବଡ ପରଦାକୁ ଫେରିଛନ୍ତି ଶାହାରୁଖ । ତାଙ୍କର ଏହି ଧମାକାଦର ଏଣ୍ଟ୍ରିକୁ ନେଇ ଫିଲ୍ମ ନିର୍ମାତା ଗୁରୁବାର କହିଛନ୍ତି’ପଠାନ’ ରିଲିଜର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୬ କୋଟି ଟଙ୍କା ଆୟ କରିଛି । ୟଶରାଜ ଫିଲ୍ମର ସୂଚନା ଅନୁଯାୟୀ, ଘରୋଇ ସ୍ତରରେ ଫିଲ୍ମ ପ୍ରଥମ ଦିନରେ ୫୫ କୋଟି ଆୟ କରିଛି, ଯାହା କୌଣସି ହିନ୍ଦୀ ଫିଲ୍ମର ପ୍ରଥମ ଦିନର ଆୟ ତୁଳନାରେ ସର୍ବାଧିକ ବୋଲି କୁହାଯାଉଛି । ସେହିପରି ଡବ ସଂସ୍କରଣରେ ୨କୋଟିରୁ ଅଧିକ ଆୟ ହୋଇଛି । ମୁଭି କ୍ରିଟିକ ତରନ ଆଦର୍ଶ କହିଛନ୍ତି, ଭାରତରେ ରିଲିଜ୍ର ଦ୍ୱିତୀୟ ଦିନରେ ରାତି ୧୦ ପର୍ଯ୍ୟନ୍ତ’ପଠାନ’ ମୁଭି ୩୧.୬୦ କୋଟି ଆୟ କରିଛି । ‘ପଠାନ’ ବୁଧବାର ହିନ୍ଦୀ ସହ ତାମିଲ ଓ ତେଲଗୁ ଭାଷାରେ ବି ରିଲିଜ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଶ୍ନ ଉଠାଇଲେ ଆଇଏଫଏଫଆଇର ମୁଖ୍ୟ ଜୁରୀ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିଦ୍ଦେର୍ଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଚଳିତ ବର୍ଷ ସଫଳତାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି ।...

ପିତାଙ୍କୁ ମନେ ପକାଇଲେ ମାଧୁରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି କିଛି…

ମୁମ୍ବାଇ: ଜୁନ୍‌ ୨୦ ଅର୍ଥାତ୍‌ ରବିବାର ସମଗ୍ର ଦେଶରେ ପିତୃ ଦିବସ ପାଳନ କରାଯାଉଛି। ପିଲାମାନେ ଏହି ଦିନଟିକୁ ନିଜ ପିତାଙ୍କ ସହିତ ଏକ ବିଶେଷ...

ଦାମୀ ମାସ୍କ ପିନ୍ଧିଲେ ଦୀପିକା: ଦାମ୍‌ ଜାଣିଲେ…

ବଲିଉଡ୍‌ର ସୁପରହିଟ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଅଭିନୟ ଏବଂ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହା ବିମାନବନ୍ଦରର ଲୁକ୍‌ ହେଉ ଅବା...

ମାମୁଁ ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ! କୃଷ୍ଣା କହିଲେ…

ବମ୍ବେ: ବୁଝାମଣାର ଅଭାବ ହେଲେ ଫିକା ପଡ଼ିଥାଏ ସମ୍ପର୍କ। ସେଭଳି କିଛି ଘଟିଛି ସୁପରଷ୍ଟାର ଗୋବିନ୍ଦାଙ୍କ ଏବଂ ଭଣଜା କୃଷ୍ଣା ଅଭିଷେକଙ୍କ କ୍ଷେତ୍ରରେ। ମାମୁଁଙ୍କୁ କୃଷ୍ଣା...

ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ...

ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ଅଭିନେତ୍ରୀ: ଜବାବରେ ମିଳିଥିଲା…

ବଲିଉଡ୍‌ ଅଭିନେତା ସଲମାନ ଖାନ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ସଲ୍ଲୁଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ...

କିଛି ନୂଆ କରି ଦେଖାଇବାକୁ ଚାହୁଁଛନ୍ତି ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବ ବିଶ୍ୱସୁନ୍ଦରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନୂଆ ଶିଖିବାକୁ ଏବଂ ତାହାକୁ ପରଦା ଉପରେ ଉପସ୍ଥାପିତ କରିବାକୁ ଚାହିଁଥାନ୍ତି। ଜଣେ...

ସର୍ବସମ୍ମୁଖରେ କଟ୍ରିନାଙ୍କୁ ଲୋକହସା କରାଇଦେଇଥିଲେ ସଲମାନ୍‌: କହିଥିଲେ ‘କଟ୍ରିନା କପୁର, ଷ୍ଟେଜ୍‌କୁ ଆସ’; ପୁରା ଘଟଣା କିଛି…

ବମ୍ବେ: ଏକଦା କଟ୍ରିନା କୈଫ-ସଲମାନ ଖାନଙ୍କୁ ବଲିଉଡର ଲୋକପ୍ରିୟ ଯୋଡ଼ି ମଧ୍ୟରେ ଗଣାଯାଉଥିଲା। ‘ମୈନେ ପ୍ୟାର କ୍ୟୁ କିୟା’ରେ ସଲମାନଙ୍କ ସହ ଅଭିନୟ କରିବା ପରେ...

Advertisement
Archives

Model This Week