ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା ଥିଲା ‘ପଠାନ’ ରିଲିଜ୍ ହେବା ପରେ ଘାଟିରେ ତାହା ଦେଖିବାକୁ ମିଳିଛି ।
କଶ୍ମୀର ଘାଟିର ସିନେମା ହଲରେ ‘ହାଉସଫୁଲ’ ସାଇନ ୩୨ ବର୍ଷ ପରେ ପୁଣିଥରେ ଫେରିଛି । ଜଣାଶୁଣା ମଲ୍ଟିପ୍ଲେକ୍ସ ଚୈନ ଆଇନକ୍ସ ଲିଜର ଲିମିଟେଡ ଏହି ଦାବି କରିଛି । ଏହାସହ ଆଇନକ୍ସ ଶାହାରୁଖ ଖାଁଙ୍କୁ ଧନ୍ୟବାଦ ଦେଇଛି ।

ଆଇନକ୍ସର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି । ଟୁଇଟରେ ଲେଖାଯାଇଛି, ଆଜି ଦେଶରେ ପଠାନ ଉନ୍ମାଦର ସହ, ଆମେ ୩୨ ବର୍ଷ ପରେ କଶ୍ମୀର ଘାଟିରେ ମୂଲ୍ୟବାନ ହାଉସଫୁଲ ସାଇନକୁ ଫେରାଇ ଆଣିଥିବାରୁ ଆମେ କିଙ୍ଗ ଖାଁଙ୍କ ନିକଟରେ କୃତଜ୍ଞ, ଥ୍ୟାଙ୍କ ୟୁ ଶାହାରୁଖ ଖାଁ ।
ସୂଚନାଯୋଗ୍ୟ, ବେଶ କିଛି ବର୍ଷ ପରେ ପୁଣି ବଡ ପରଦାକୁ ଫେରିଛନ୍ତି ଶାହାରୁଖ । ତାଙ୍କର ଏହି ଧମାକାଦର ଏଣ୍ଟ୍ରିକୁ ନେଇ ଫିଲ୍ମ ନିର୍ମାତା ଗୁରୁବାର କହିଛନ୍ତି’ପଠାନ’ ରିଲିଜର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୬ କୋଟି ଟଙ୍କା ଆୟ କରିଛି । ୟଶରାଜ ଫିଲ୍ମର ସୂଚନା ଅନୁଯାୟୀ, ଘରୋଇ ସ୍ତରରେ ଫିଲ୍ମ ପ୍ରଥମ ଦିନରେ ୫୫ କୋଟି ଆୟ କରିଛି, ଯାହା କୌଣସି ହିନ୍ଦୀ ଫିଲ୍ମର ପ୍ରଥମ ଦିନର ଆୟ ତୁଳନାରେ ସର୍ବାଧିକ ବୋଲି କୁହାଯାଉଛି । ସେହିପରି ଡବ ସଂସ୍କରଣରେ ୨କୋଟିରୁ ଅଧିକ ଆୟ ହୋଇଛି । ମୁଭି କ୍ରିଟିକ ତରନ ଆଦର୍ଶ କହିଛନ୍ତି, ଭାରତରେ ରିଲିଜ୍ର ଦ୍ୱିତୀୟ ଦିନରେ ରାତି ୧୦ ପର୍ଯ୍ୟନ୍ତ’ପଠାନ’ ମୁଭି ୩୧.୬୦ କୋଟି ଆୟ କରିଛି । ‘ପଠାନ’ ବୁଧବାର ହିନ୍ଦୀ ସହ ତାମିଲ ଓ ତେଲଗୁ ଭାଷାରେ ବି ରିଲିଜ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?