ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ରାସ୍ତାରେ ପାଣି ସିଞ୍ଚନ କଲେ ମହିଳା, ପୁରୁଷ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୋଇଡା ଓ ଲହୁଣୀପଡା ବ୍ଳକ ଅଧିନରେ ଥିବା ଲୁହାପଥର ଖଣି ଗୁଡିକରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ସରକାରୀ ତହବିଲକୁ ଯାଉଥିବା ବେଳେ ଉକ୍ତ ଅଞ୍ଚଳରେ ମୌଳିକ ଅଧିକାର ଯୋଗାଇଦେବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଫଳରେ ଜନସାଧାରଣ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ପରିଲକ୍ଷିତ ହେଉଛି । କଲେଇପୋଷରୁ ବରସୁଆଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାର ଦୂରତା ମାତ୍ର ୧୯.୦୦ କିମି । ବିଗତ ଦୁଇ ବର୍ଷ ପୂର୍ବେ ଦଲମକୁଚାରୁ ବରସୁଆଁ ୧୪ କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କଲେଇପୋଷରୁ ଦଲମକୁଚା ପର୍ଯ୍ୟନ୍ତ ୫ କି.ମି ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ତେଣୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଛି । ଦୈନିକ ଶହ ଶହ ଟ୍ରକ ଲୁହାପଥର ବୋଝେଇ କରି ଭାରିଯାନ ଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନକୁ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । କିଛି ଦିନ ପୂର୍ବେ ବିଭାଗୀୟ ଅଧିକାରୀ କାରଖାନାରୁ ନିର୍ଗତ ସ୍ଲାଗ ପକାଇବାରୁ ରାସ୍ତାରେ ଯାତାୟତ ସମ୍ଭବପର ହୋଇଥିଲା । କିନ୍ତୁ କିଛି ଦିନ ପରେ ତାହା ଗୁଣ୍ଡରେ ପରିଣତ ହେବାରୁ ରାସ୍ତାରେ ପ୍ରବଳ ଧୂଳି ଉଡିଥିଲା । ରାସ୍ତା ପୂର୍ବ ଅବସ୍ଥାକୁ ଫେରି ଆସିଥିଲା । ଯଦ୍ୱାରା ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ପାଲଟିବା ସହିତ ଯାତ୍ରୀବାହୀ ବସ, ଅଟୋ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା ଆଦି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ପରିଲକ୍ଷିତ ହେଉଛି । ଫଳରେ ବିଲେଇପଡା ଗ୍ରାମ୍ୟ ରାସ୍ତା ଦେଇ ଗାଡି ଯାତାୟତ କରୁଥିବା ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପାର୍ଶ୍ୱରେ ବାସୁବାହାଲ ଗ୍ରାମ୍ୟ ଜନବସତି ଗଢ଼ି ଉଠିଥିବା ବେଳେ ବାଡିରେ ଚାଷ କରିଥିବା ପନିପରିବା, ରୋଷେଇ ଘର, ଗ୍ରାମ୍ୟ ପୋଖରୀରେ ଧୂଳିର ଆସ୍ତରଣ ଯୋଗୁଁ ଯକ୍ଷ୍ମା, ଆଜ୍ଜା, ଶ୍ୱାସ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି । ଏହାର ସ୍ଥାୟୀ ପ୍ରତିକାର ନେଇ ସ୍ଥାନୀୟ ବାସିନ୍ଦାମାନେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମେତ ବଣାଇ ଉପ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ରାସ୍ତା ମରାମତି ହେବା ପର୍ଯ୍ୟନ୍ତ ନିୟମିତ ପାଣି ସିଞ୍ଚନ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗୁରୁବାର ବାଧ୍ୟହୋଇ ସ୍ଥାନୀୟ ଲୋକମାନେ ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ନିଜେ ଖାଲଗୁଡିକରେ ପଥର ପକାଇ ମରାମତି କରିବା ସହିତ ପାଣି ବୋହି ରାସ୍ତାରେ ପାଣି ପକାଇଥିବା ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri