ଭୁବନେଶ୍ୱର,୧୫।୧: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଆରମ୍ଭ ହୋଇଛି। ଏପରିକି ସ୍ଥାନୀୟ ଉପତ୍ାଦନକାରୀଙ୍କୁ ସଶକ୍ତ କରିବା ଦିଗରେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଥିବାବେଳେ ସ୍ଥାନୀୟ ନିର୍ମାତାମାନଙ୍କ ସହ ଯୋଡ଼ିହେବା ଲାଗି ନିୟମିତ ଭାବେ ବ୍ୟବସାୟ ସମ୍ମିଳନୀ, କାରଖାନା ପରିଦର୍ଶନ ଏବଂ ଭାବ ବିନିମୟ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଶେଷକରି ପରୀକ୍ଷାମୂଳକ ବରାଦ ପ୍ରଦାନ ଜରିଆରେ ସେମାନଙ୍କୁ ପୁଞ୍ଜି ବ୍ୟୟ ଯୋଜନାରେ ସାମିଲ କରାଯାଉଛି ଏବଂ ଉପତ୍ାଦନରେ ଗୁଣାତ୍ମକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ମଧ୍ୟ ସଂଗଠିତ କରିବା ଲାଗି ସେମାନଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଟିପିସିଓଡିଏଲ୍ ପକ୍ଷରୁ ମହିଳା ଉଦ୍ୟୋଗୀ ସୁବ୍ରତା ନାୟକଙ୍କ ନେତୃତ୍ୱରେ ପରିଚାଳିତ ମେମର୍ସ ଟେକ୍ନୋଟ୍ରାନ୍ସ ଇଲେକ୍ଟ୍ରିକ୍ ଆଣ୍ଡ୍ ଇଞ୍ଜିନିୟରିଂ ସର୍ଭିସେସ୍ର ଏକ ନୂଆ ଇନ୍ଷ୍ଟ୍ରୁମେଣ୍ଟ ଟ୍ରାନ୍ସଫରମର (ସିଟି ଓ ପିଟି) ଉପତ୍ାଦନ କାରଖାନା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ୨୦୨୧ରେ ମେସର୍ସ ଟେକ୍ନୋଟ୍ରାନ୍ସ ଇଲେକ୍ଟ୍ରିକ୍ ଆଣ୍ଡ୍ ଇଞ୍ଜିନିୟରିଂ ସର୍ଭିସେସ୍ କାରଖାନାରୁ ଉପତ୍ାଦନ ଆରମ୍ଭ ହୋଇଥିଲା। ଏହା ପରଠାରୁ ସେମାନେ ଟିପି ଓଡ଼ିଶା ଡିସ୍କମ୍ଗୁଡ଼ିକଠାରୁ ବିଭିନ୍ନ ଆର୍ ଆଣ୍ଡ୍ ଡି ତଥ୍ୟ ପାଉଛନ୍ତି। ୩୩କେଭି ଗ୍ରେଡ୍ ପର୍ଯ୍ୟନ୍ତ ସିଟି ଓ ପିଟିର ବହୁ ପରୀକ୍ଷାମୂଳକ ବରାଦ ଦେଇ ଟିପି ଓଡ଼ିଶା ଡିସ୍କମ୍ଗୁଡ଼ିକ କମ୍ପାନୀକୁ ସହଯୋଗ ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କ ପରିଚାଳନା, ନିରାପତ୍ତା, ଗୁଣାତ୍ମକ ମାନ ଏବଂ ସମୟୋପଯୋଗୀ ଡେଲିଭରିକୁ ନିୟମିତ ଭାବେ ନିରୀକ୍ଷଣ କରୁଛନ୍ତି।
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

