ଅନ୍ତେବାସୀ ହେଲେ ଜୀବନସାଥୀ

ବାଲେଶ୍ୱର, ୧୪।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦାସ୍ଥିତ କୁଷ୍ଠାଶ୍ରମରେ ଥିଲେ ଅନ୍ତେବାସୀ। ହେଲେ ଏବେ ପାଲଟିଯାଇଛନ୍ତି ଜୀବନସାଥୀ। ବର ୬୫କୁ କନ୍ୟା ୬୩। ପ୍ରେମ ପାଇଁ ବୟସର କୌଣସି ପରିସୀମା ନ ଥାଏ ତାହା ଆଜି ପ୍ରମାଣିତ କରିଛନ୍ତି ଦାସ ମାରାଣ୍ଡି ଓ ପଦ୍ମାବତୀ ଦାସ। ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇ ନେଇଛନ୍ତି। ପରିଣତ ବୟସରେ କୁଷ୍ଠ ରୋଗକୁ ହରାଇଥିବା ଏହି ପ୍ରେମୀଯୁଗଳଙ୍କ ବିବାହ ଶୁକ୍ରବାର ଆଶ୍ରମ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସମସ୍ତ ରୀତିନୀତିରେ ସମ୍ପନ୍ନ ହୋଇଛି। ଦାସ ମାରାଣ୍ଡି ପଦ୍ମାବତୀଙ୍କ ମଥାରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧାଇ, ବେକରେ ବରଣମାଳା ଦେଇ ନିଜର ସ୍ତ୍ରୀ ଭାବରେ ସ୍ବୀକାର କରିଛନ୍ତି। ଏହି ବିବାହରେ ଆଶ୍ରମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ। କିଏ ଶଙ୍ଖ ଫୁଙ୍କିଥିଲା, ତ ଆଉ କିଏ ହୁଳହୁଳି ଦେଇଥିଲା। ସାରାଦିନ ଆଶ୍ରମ ପରିସରରେ ଲାଗି ରହିଥିଲା ଉତ୍ସବର ମାହୋଲ।
ପଦ୍ମାବତୀଙ୍କ ଘର ଔପଦା ବ୍ଲକ ଜୁଡ଼ାଗଡ଼ିଆ ଅଞ୍ଚଳରେ। ସେ ପୂର୍ବରୁ ବିବାହିତା ଥିଲେ। ୧୦ବର୍ଷ ପୂର୍ବେ ପଦ୍ମାବତୀ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଘୃଣା କରିବାରୁ ସେ ଘର ଛାଡ଼ି ଆସି ବାମପଦାରେ ଥିବା କୁଷ୍ଠାଶ୍ରମରେ ରହି ଚିକିତ୍ସିତ ହେଉଥିଲେ। ଏବେ ସେ କୁଷ୍ଠ ରୋଗରୁ ମୁକ୍ତ ହୋଇଛନ୍ତି, ହେଲେ ଘରକୁ ଫେରିନାହାନ୍ତି। ସେହିଭଳି ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ଦାସ ମାରାଣ୍ଡିଙ୍କ ଘର। ସେ ମଧ୍ୟ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ତାଙ୍କୁ ଘରୁ ତଡିଦେଇଥିଲେ। ସେ ୩ ବର୍ଷ ତଳେ ଆସି ଏହି କୁଷ୍ଠାଶ୍ରମରେ ରହି ଭଲ ହୋଇଛନ୍ତି। ସେ ମଧ୍ୟ ଆଉ ଘରକୁ ଫେରିନାହାନ୍ତି। ଦାସ ମାରାଣ୍ଡି ଜଣେ ଖୁବ୍‌ ଭଲ ମଣିଷ। ତେଣୁ ତାଙ୍କୁ କୁଷ୍ଠାଶ୍ରମର ସମସ୍ତେ ଭଲ ପାଆନ୍ତି। ପ୍ରାୟ ୨ମାସ ହେବ ଦାସ ବିବାହ କରିବାକୁ ପଦ୍ମାବତୀଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ପଦ୍ମାବତୀ ପ୍ରଥମେ ରାଜି ହୋଇ ନ ଥିଲେ। ପରେ ଆଶ୍ରମର ଅନ୍ୟ ୨/୩ଜଣ ସ୍ତ୍ରୀ ଲୋକ ଦାସଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବାରୁ ପଦ୍ମାବତୀ ସମ୍ମତି ଜଣାଇଥିଲେ। ଉଭୟେ କୁଷ୍ଠାଶ୍ରମରେ ଥିବା ଡା. ସୁମିତ୍ରା ଦେଙ୍କୁ ଯାଇ ସମସ୍ତ କଥା ଜଣାଇଥିଲେ। ଡା. ଦେ ସେମାନଙ୍କର ବିବାହ ନିଜସ୍ବ ଖର୍ଚ୍ଚରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ଉଭୟଙ୍କର ବିବାହ କୁଷ୍ଠାଶ୍ରମ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଦାସ ଓ ପଦ୍ମାବତୀଙ୍କ ବିବାହ ପରେ ସେମାନଙ୍କୁ ଲେପ୍ରୋସି ହସ୍ପିଟାଲ ବାରଣ୍ଡାକୁ ନିଆଯାଇ ବସାଯାଇଥିଲା। ସେଠାରେ ବରକନ୍ୟାଙ୍କୁ ଯିଏ ଯାହା ଉପହାର ଦେଇଥିଲେ। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କର ସୁଖମୟ ଜୀବନ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri