Categories: ଜାତୀୟ

କଂଗ୍ରେସ ଅଫିସରେ କହ୍ନେୟାଙ୍କ ଉପରେ କାଳି ମାଡ଼

ଲକ୍ଷ୍ନୌ,୧।୨: ଉତ୍ତରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ଜଓ୍ବାହରଲାଲ ନେହରୁ ଛାତ୍ର ସଭାପତି କହ୍ନେୟା କୁମାରଙ୍କ ଉପରେ ମଙ୍ଗଳବାର କାଳି ମାଡ଼ ହୋଇଛି। ତେବେ କହ୍ନେୟାଙ୍କ ଉପରେ କାଳି ନୁହେଁ ଏସିଡ୍‌ ମାଡ଼ ହୋଇଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି।

ଅଭିଯୁକ୍ତ କଂଗ୍ରେସ ନେତାଙ୍କ ଉପରେ ଏସିଡ୍‌ ଫୋପାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କିନ୍ତୁ ପାଖରେ ଛିଡ଼ା ହୋଇଥିବା ୩-୪ ଯୁବକଙ୍କ ଉପରେ ଏସିଡ୍‌ ଡ୍ରପ୍ସ ପଡ଼ିଥିଲା। କଂଗ୍ରେସ କର୍ମୀ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ପ୍ରଘଟ କରାଯାଇ ନାହିଁ।

ଆଗାମୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପାଇଁ ପ୍ରଚାର କରୁଥିବା କୁମାର କହିଛନ୍ତି, “ହାଥରସ, ଉନ୍ନାଓ ଓ ଲଖିମପୁର ଖେରି ଘଟଣା ପରେ କଂଗ୍ରେସ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିଲା। ଦେଶକୁ ଗଢ଼ିବାରେ ଯେଉଁମାନଙ୍କ ଅବଦାନ ନାହିଁ, ସେମାନେ ଦେଶକୁ ବିକୁଛ। କଂଗ୍ରେସ ଦେଶକୁ ଗଢ଼ିଥିଲା। ସେଭଳି ଲୋକଙ୍କଠାରୁ ଦେଶକୁ କଂଗ୍ରେସ ରକ୍ଷା କରୁଛି”।

Share