Categories: ଜାତୀୟ

ମନ୍ତ୍ରୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳିମାଡ

ନୂଆଦିଲ୍ଲୀ,୧୨।୬: ରାଜସ୍ଥାନରେ ଅଶୋକ ଗେହଲୋଟ ସରକାରର ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କ ଉପରେ କାଳିମାଡ କରାଯାଇଛି। ଶନିବାର ରାତିରେ ଦିଲ୍ଲୀର ଶାହିନ ବାଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଦୁଇଜଣ ଯୁବକ ପୀଡିତାଙ୍କ ଉପରେ ରାସାୟନିକ କାଳି ପଳାଇଥିଲେ। ଘଟଣା ପରେ ପୀଡିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଏହି ଘଟଣାରେ ପୋଲିସ ୧୯୫(ଏ), ୫୦୬,୩୨୩ ଏବଂ ୩୪ ଆଇପିସିରେ ମାମଲା ରୁଜୁ କରିଛି। ସ୍ଥାନୀୟ ଡିସିପି କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।
ସୂଚନାଯୋଗ୍ୟ,ମହେଶ ଯୋଷୀଙ୍କ ପୁଅ ନାମରେ ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୧ରୁ ଜାନୁଆରୀ ୮ରୁ ଏପ୍ରିଲ ୧୭ ମଧ୍ୟରେ ଏକାଧିକ ଥର ମନ୍ତ୍ରୀଙ୍କ ପୁଅ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୋଲିସ ମାମଲା ମଧ୍ୟ ରୁଜୁ କରି ଥିଲା। ଏହି ଘଟଣାରେ ମନ୍ତ୍ରୀଙ୍କ ପୁଅକୁ ଗିରଫ ପାଇଁ ଦିଲ୍ଲୀ ପୋଲିସ ଏକ ଟିମ ରାଜସ୍ଥାନକୁ ପଠାଇ ଥିଲା। ହେଲେ ସେ ଘରେ ନ ଥିଲେ। ତେବେ ଦିଲ୍ଲୀ କୋର୍ଟରୁ ଆଗୁଆ ଜାମିନ ପାଇବା ପରେ ସେ ଗତକାଲି ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଥିଲେ।

Share