Posted inଖେଳ

ଇଞ୍ଜୁରି ସମସ୍ୟାର ସମାଧାନ ଜରୁରୀ: ବିନ୍ନି

ବେଙ୍ଗାଲୁରୁ, ୨୧ା୧୦ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ସଭାପତି ରୋଜର ବିନ୍ନି ଇଞ୍ଜୁରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ୩ ଦିନ ପୂର୍ବରୁ ଇଞ୍ଜୁରି ଯୋଗୁ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଟୁର୍ନାମେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲ ସ୍ପଷ୍ଟ ହୋଇଥିଲା। ସେ ସମୟରେ ମହମ୍ମଦ ଶାମି କୋଭିଡ୍‌ ଆକ୍ରାନ୍ତ ଥିଲେ। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେ କେବେ ସୁସ୍ଥ ହେବେ ବିସିସିଆଇକୁ ସେଥିପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୋଇଥିଲା। ଏଭଳି ପରିସ୍ଥିତି ଯେପରି ଭବିଷ୍ୟତରେ ନ ଉପୁଜେ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ବିନ୍ନି କହିଛନ୍ତି। କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ ପୂର୍ବକ ସେ କହିଛନ୍ତି, ଖେଳାଳିମାନେ ସହଜରେ ଏତେ ଗୁରୁତର ଭାବେ କିପରି ଆହତ ହେଉଛନ୍ତି ତାହା ବୁଝାପଡୁ ନାହିଁ। ଏହା ଏବେକାର କଥା ନୁହେଁ, ଗତ ୪ରୁ ୫ ବର୍ଷ ହେଲା ଦେଖିବାକୁ ମିଳୁଛି। ଏହାର ଅର୍ଥ ନୁହେଁ ଯେ, ଆମ ପାଖରେ ଭଲ ଟ୍ରେନର କିମ୍ବା କୋଚ୍‌ଙ୍କ ଅଭାବ ରହିଛି। ବୁମ୍‌ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ୱକପ୍‌ର ୧୦ ଦିନ ପୂର୍ବରୁ ଆଘାତପ୍ରାପ୍ତ ବୋଲି ଘୋଷଣା କରାଯାଉଛି। ତାଙ୍କ ସ୍ଥାନରେ କାହାରିକୁ ନିଆଯିବ ସେ ନେଇ ଚର୍ଚ୍ଚା ହେଉଛି। ଏପରି ହେବା ଭଲନୁହେଁ।
ଘରୋଇ ଖେଳାଳିଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଆବଶ୍ୟକତା ନାହିଁ
ରଣଜୀ ଟ୍ରଫିର ମାନ ବୃଦ୍ଧି ସହ ଘରୋଇ କ୍ରିକେଟ ପାଇଁ ଉନ୍ନତୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ବିସିସିଆଇ ମୁଖ୍ୟ କହିଛନ୍ତି। ଆମ ପିଚ୍‌ଗୁଡ଼ିକ ଫାଷ୍ଟ ବୋଲିଂ ପାଇଁ ଏବେ ବି ଅନୁପଯୁକ୍ତ। ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ପଡ଼ିବ। ଭାରତ ମ୍ୟାଚ ବେଳକୁ ୩୦ରୁ ୪୦ ହଜାର ଦର୍ଶକ ଷ୍ଟାଡିୟମ ଆସିବେ। ଦର୍ଶକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନ ସମୟରେ ଘରୋଇ କ୍ରିକେଟରମାନଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ଆବଶ୍ୟକତା ଥିବା ସେ ଅନୁଭବ କରୁନାହାନ୍ତି। ଖେଳାଳିମାନଙ୍କୁ ଉତ୍ତମ ସୁବିଧା ସୁଯୋଗ ଦିଆଯିବ। ରଣଜୀ ଟ୍ରଫି ମାନରେ ଉନ୍ନତି ଆଣିବାକୁ ପଡ଼ିବ। କୌତୂହଳର କଥା ଏହିକି ଯେ, ବହୁ ଦିନ ଧରି ଇରାନୀ ଟ୍ରଫି ଆୟୋଜିତ ହୋଇ ଆସୁଛି ା ହେଲେ ଏହି ଟୁର୍ନାମେଣ୍ଟ ସମ୍ପର୍କରେ କମ୍‌ ଲୋକ ଜାଣନ୍ତି। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ମହିଳା ଆଇପିଏଲ୍‌ ସମ୍ପର୍କରେ ନିଜ ମତ ରଖି ବିସିସିଆଇ ମୁଖ୍ୟ କହିଥିଲେ, ପୁରୁଷ କ୍ରିକେଟ ଭଳି ମହିଳା କ୍ରିକେଟ ଯଦିଓ ସେତେଟା ଲୋକପ୍ରିୟ ହୋଇପାରିନି ଗତ ୨ରୁ ୩ ବର୍ଷ ହେଲା ଏଥିପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ବହୁଲୋକ ଏହାକୁ ଦେଖିବାକୁ ଆସିବେ ବୋଲି ସେ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri