Posted inଖେଳ

ଆହତ ମିଚେଲ ଆଇପିଏଲରୁ ଓହରିଲେ, ଜାସନ ହୋଲ୍ଡର ବଦଳ ଖେଳାଳି

ଦୁବାଇ, ୨୪।୯(ପି.ଟି.)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଗୋଟିଏ ମ୍ୟାଚ ଖେଳି ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରୁ ଓହରି ଯାଇଛନ୍ତି। ସନ୍‌ରାଇଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ମିଚେଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚ ଅବସରରେ ଆହତ ହୋଇଥିଲେ। ତାଙ୍କ ଗୋଇଠି ମକଚି ହୋଇ ଯାଇଥିଲା। ତାଙ୍କ ସ୍ଥାନରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜାସନ ହୋଲ୍ଡରଙ୍କୁ ବଦଳ ଖେଳାଳିଭାବେ ହାଇଦ୍ରାବାଦ ଦଳରେ ସାମିଲ କରାଯାଇଛି। ସେ ଖୁବ୍‌ଶୀଘ୍ର ୟୁଏଇରେ ଦଳସହ ଯୋଗଦେବେ। ”ମିଚେଲ ଆହତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି। ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଜାସନ ହୋଲ୍ଡର ବଦଳ ଖେଳାଳିଭାବେ ଦଳରେ ଯୋଗଦେବେ“ ବୋଲି ସନ୍‌ରାଇଜର୍ସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ୨୮ ବର୍ଷୀୟ ମିଚେଲ ସୋମବାର ମ୍ୟାଚରେ ମାତ୍ର ୪ଟି ବଲ୍‌ ବୋଲିଂ କରି ପାରିଥିଲେ। ଦ୍ୱିତୀୟ ବଲ୍‌ ବୋଲିଂରେ ଆରୋନ ଫିଞ୍ଚ୍‌ଙ୍କ ଏକ ଡ୍ରାଇଭ୍‌କୁ ନିଜ ଫଲୋ ଥ୍ରୁରେ ରୋକାବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ଗୋଇଠି ମକଚି ହୋଇ ଯାଇଥିଲା। ଏହାପରେ ସେ ଆଉ ମାତ୍ର ୨ଟି ବଲ୍‌ ବୋଲି କରି ପଡ଼ିଆ ଛାଡ଼ିଥିଲେ। ଉତ୍ସାହ ଦେଖାଇ ଦଳର ବିପଦ ସମୟରେ ୧୦ ନମ୍ବର ସ୍ଥାନରେ ସେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ପ୍ରଥମ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇ ଯାଇଥିଲେ। ସେ ଛିଡ଼ା ହେବାକୁ ମଧ୍ୟ ସକ୍ଷମ ନ ଥିବା ପରିଲକ୍ଷିତ ହୋଇଥିଲା। ମିଚେଲ ଦ୍ୱିତୀୟ ଥରପାଇଁ ଆହତ କାରଣରୁ ଆଇପିଏଲ ମଝିରୁ ଓହରିଛନ୍ତି। ପୂର୍ବରୁ ୨୦୧୭ରେ କାନ୍ଧରେ ସମସ୍ୟା ଯୋଗୁ ତାଙ୍କୁ ଓହରିବାକୁ ପଡ଼ିଥିଲା। ୨୦୧୪-୧୫ ସିଜନରେ ସନ୍‌ରାଇଜର୍ସ ପକ୍ଷରୁ ଖେଳିଥିବା ମିଚେଲ ୨୦୧୬ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ନିକଟରେ ସେ କାରିବିୟନ ପ୍ରିମିୟର ଲିଗ୍‌ରେ ମଧ୍ୟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri