ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼ ନିକଟସ୍ଥ ଗଡଖାଇରେ ହରିଣଟି କୌଣସି କାରଣବଶତଃ ପଡ଼ିଯାଇଥିଲା ଏବଂ ଆଉ ଉଠିପାରୁ ନଥିଲା। ସ୍ଥାନୀୟ ଅଞ୍ଚଳର କିଛି ସଚେତନ ଯୁବକ ହରିଣଟିକୁ ଏଭଳି ଅସହାୟ ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେମାନେ ବିଳମ୍ବ ନକରି ତୁରନ୍ତ ତାକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ପ୍ରାଥମିକ ସେବା ଯୋଗାଇ ଦେଇଥିଲେ। ଏହାପରେ ଯୁବକମାନେ ସ୍ଥାନୀୟ ବନ ବିଭାଗକୁ ଏହି ବିଷୟରେ ସୂଚନା ଦେଇଥିଲେ। ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବକମାନେ ହରିଣଟିକୁ ସେମାନଙ୍କୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ ପକ୍ଷରୁ ହରିଣର ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ସହ ତାକୁ ସୁରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି। ଯୁବକମାନଙ୍କର ଏଭଳି ମାନବିକତା ଏବଂ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଥିବା ଭଲପାଇବାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।

Odisha’s No.1 Odia Daily

Share