Categories: ଜାତୀୟ

‘ ଭାକ୍ସିନ ନୁହେଁ, କରୋନା ଉପରେ ମଦ କାମ ଦେବ ’

ନୂଆଦିଲ୍ଲୀ,୧୯।୪ : ଭାକ୍ସିନ ଦ୍ୱାରା କିଛି ହେବ ନାହିଁ। ମଦ ହିଁ ସାହାଯ୍ୟ କରିବ। ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ ଘୋଷଣା ହେବା ପରେ ଶିବପୁରୀ ଅଞ୍ଚଳରୁ ମଦ କିଣୁଥିବା ଜଣେ ମହିଳା ଏଭଳି ମନ୍ତବ୍ୟ ଦେଇଛନ୍ତି।

ମୁଁ ଗତ ୩୫ ବର୍ଷ ହେଲା ମଦ ପାନ କରୁଛି। ଏହା ଛଡ଼ା ମୁଁ ଆଉ କୌଣସି ଟିକା ନେଇ ନାହିଁ। ଦିନକୁ ଗୋଟିଏ ପେଗ୍‌ ନିଏ। ଏହା ମୋ ପାଇଁ ଔଷଧ ବୋଲି ନାକ ତଳକୁ ମାସ୍କ ପିନ୍ଧି ଥିବା ମହିଳା ଜଣଙ୍କ ହସି ହସି କହିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଯାଇଛି ସୋସିଆଲ ମିଡିଆରେ। ଏହାକୁ ୟୁଜର୍ସମାନେ ନାପସନ୍ଦ କରୁଛନ୍ତି। ଲୋକଙ୍କ ଏଭଳି ମାନସିକତା ହିଁ କରୋନାର ଦ୍ୱିତୀୟ ଲହର ପାଇଁ ଦାୟୀ ବୋଲି କମେଣ୍ଟ କରିଛନ୍ତି କିଛି ପ୍ରଶଂସକ।

Share