ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନର୍କଯନ୍ତ୍ରଣା ଭୋଗୁଛନ୍ତି। ଅନ୍ୟପକ୍ଷରେ ମଶାମାଛିଙ୍କ ପ୍ରଦୁର୍ଭାବରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ଏବେ ରାଜ୍ୟରେ ଡେଙ୍ଗୁ ବ୍ୟାପୁଥିବାରୁ ଲୋକେ ଭୟଭୀତ ହୋଇପଡୁଛନ୍ତି। ଗତ ୩ ବର୍ଷ ହେଲା ମଶା ତେଲ କିଣାଯାଇ ନ ଥିବାରୁ ମଶା ନିରାକରଣ ଯୋଜନା ଫେଲ୍‌ ମାରିଛି ା କେବଳ ବଡବଡିଆ ବାବୁଙ୍କ ଘରେ ମଶା ଧୂଆଁ ସ୍ପ୍ରେ କରି ଦାୟିତ୍ୱ ଶେଷ କରିଦିଆଯାଉଛି ବୋଲି ପୂର୍ବତନ ପାୈରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି ା
ମ୍ୟାଲେରିଆପ୍ରବଣ କେନ୍ଦୁଝର ସହରର ବିଭିନ୍ନ ସାହି, ବସ୍ତିରେ ମାସ ମାସ ଧରି ବିଭିନ୍ନ ନାଳନର୍ଦ୍ଦମାରେ ପାଣି ଜମା ହୋଇରହୁଛି। ପୋଖରୀଗୁଡିକର ପାଣି ବିଶୋଧନ କିମ୍ବା ସଫେଇ ହେଉ ନ ଥିବାରୁ ସେସବୁ ମଧ୍ୟ ମଶାମାଛିଙ୍କ ଉପତ୍ତ୍ତିସ୍ଥଳ ପାଲଟିଛି। ଦିନରାତି ମଶାଙ୍କ ଦାଉରୁ ଲୋକମାନେ ଘର ଭିତରେ ବସିପାରୁନାହାନ୍ତି ବୋଲି ଆଇନଜୀବୀ ଅଶୋକ ଦାସ କହିଛନ୍ତି ା ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମଶା ତେଲ ପକାଯାଉନାହିଁ କିମ୍ବା ମଶା ଧୂଆଁ ଛଡା ଯାଉ ନ ଥିବାରୁ ସାହିବାସୀ ପ୍ରତିବାଦ କରିବାକୁ ଏକଜୁଟ ହେଉଛନ୍ତି ା ମଶା ପରିଚାଳନାରେ ପାୈରପ୍ରଶାସନ ଫେଲ୍‌ ମାରୁଥିବାରୁ ଏନେଇ ପ୍ରତିବାଦ କରାଯିବ ବୋଲି ଜିଲା ସମ୍ପାଦକ ଶିବ କୁମାର ରାଠୋର କହିଛନ୍ତି ା
ଦୁଇଟି ଗାଡି ସହିତ ମଶା ସ୍ପ୍ରେ ଓ ଦୁଇଟି ହାତରେ ପରିଚାଳିତ ସ୍ପ୍ରେ ଭଳି ମେଶିନ ପାୈରପାଳିକା ଅଫିସରେ ଖତ ଖାଇବାକୁ ବସିଥିଲେ ହେଁ ବ୍ୟବହାର ହୋଇପାରୁନାହିଁ। ସେସବୁ ମରାମତି ଅଭାବରୁ ଖରାପ ହୋଇପଡିଥିବା ବିଭାଗୀୟ କର୍ମଚାରୀମାନେ ସଫେଇ ଦେଉଛନ୍ତି ା କିନ୍ତୁ ଡିଏମଏଫରୁ କୋଟି କୋଟି ଟଙ୍କା ସାୈନ୍ଦର୍ଯ୍ୟକରଣ, ନୂଆ ମେଶିନ କିଣାରେ ଖର୍ଚ୍ଚ କରାଯାଉଛି ଅଥଚ ସେସବୁ ମେଶିନର ମରାମତି କରାଯାଉ ନ ଥିବାରୁ ପାୈରପ୍ରଶାସନର ପାରିବାପଣିଆ ଉପରେ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ କହିଛନ୍ତି, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ପାୈର ପ୍ରଶାସନ ପଦକ୍ଷେପ ନେବା ଜରୁରୀ ା ତେବେ କାହିଁକି ମଶା ତେଲ କିଣାଯାଉନାହିଁ ଓ ସ୍ପ୍ରେ ହେଉନାହିଁ ସେନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ପଦକ୍ଷେପ ନେବେ ବୋଲି କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri