Categories: ଖେଳ

ଭାରତ ଆଗରେ ୨୦୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବିଶାଖାପଟ୍ଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଗୁରୁବାର ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ବ୍ୟାଟର୍‌ ଜୋଶ ଇଂଲିଶଙ୍କ ଧୂଆଁଧାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୦୮ ରନ୍‌ କରିଛି। ଫଳରେ ଭାରତ ଆଗରେ ୨୦୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆର ଦୁଇ ଓପନର ଷ୍ଟିଭେନ୍‌ ସ୍ମିଥ ଏବଂ ମାଥ୍ୟୁ ସର୍ଟ ପଡ଼ିଆକୁ ଓହ୍ଲାଇ ଥିଲେ। ହେଲେ ମାଥ୍ୟୁ ୧୩ ରନ୍‌ରେ ଆଉଟ୍‌ ହୋଇଥିଲେ। ପରେ ଜୋଶ ଇଂଲିଶ ଏବଂ ଷ୍ଟିଭେନ ସ୍ମିଥ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଜୋଶ ଧୂଆଁଧାର ବ୍ୟାଟିଂ କରି ୫୦ରେ ୧୧ ଚଉକା ଏବଂ ୮ ଛକା ସହାୟତାରେ ୧୧୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସ୍ମିଥ ୪୧ ବଲ୍‌ରେ ୫୨ରନ୍‌ କରିଥିଲେ । ଟିମ୍‌ ଡେଭିଡ୍‌ ୧୯ ରନ୍‌ କରିଥିବା ବେଳେ ମାର୍କସ୍‌ ଷ୍ଟୋଇନିସ୍‌ ୭ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ୨୦୮ ରନ୍‌ର ବିଶାାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଭାରତର ପ୍ରସିଦ୍ଧ କ୍ରିଷ୍ଣା ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଉଇକେଟ୍‌ ନେଇଥିଲେ ।

Share