ଭିତ୍ତିଭୂମି ସୁଦୃଢ଼, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଡାକ୍ତର ପଦବୀ ଇତିମଧ୍ୟରେ ରାଜ୍ୟ ସରକାର ବୃଦ୍ଧି କରିଥିବା ଯୋଗୁଁ ତାହା ୩୮ ରେ ପହଞ୍ଚିଛି। କିନ୍ତୁ ବର୍ତ୍ତମାନ ସୁପରିନଟେଣ୍ଡେଣ୍ଟ ସମେତ ୧୦ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଆଉ ୭ ଜଣ ଡାକ୍ତର ବିଗତ କିଛି ଦିନ ମଧ୍ୟରେ ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଲି ଯାଇଛନ୍ତି। ବର୍ତ୍ତମାନ ୨୮ଟି ଡାକ୍ତର ପଦବୀ ଖାଲି ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ଅଧିକାଂଶ ସମୟ ରୋଗୀମାନେ ବ୍ରହ୍ମପୁର ଚିକିତ୍ସା ହେବା ପାଇଁ ଯାଉଛନ୍ତି। ସର୍ଜରୀ, ଅସ୍ଥିସଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ପଦବୀଗୁଡିକ ବର୍ଷ ବର୍ଷ ଧରି ଖାଲି ପଡିଛି। ନିଶ୍ଚେତକ ଡାକ୍ତର ବହୁଦିନ ହେବ ଛୁଟିରେ ଅଛନ୍ତି। ଉକ୍ତ ପଦବୀଗୁଡିକ ତୁରନ୍ତ ପୂରଣ କରିବା ଆବଶ୍ୟକତା ରହିଛି। ଅନ୍ୟପଟେ ମେଡିକାଲର ଭିତ୍ତିଭୂମି ସୁଦୃଢ ପାଇଁ ୫-ଟି ମାଧ୍ୟମରେ କୋଟି କୋଟି ଟଙ୍କା ଅନୁଦାନ ଆସିଛି। ଆଗାମୀ ଦିନରେ ଭଞ୍ଜନଗର ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ତାହାର କାମ ଦ୍ରୁତ ଗତିରେ ଚାଲିଛି। କିନ୍ତୁ ସ୍ବାସ୍ଥ୍ୟ ସେବାକୁ ସୁଧାରିବାକୁ ହେଲେ ଭିତ୍ତିଭୂମି ସୁଦୃଢ ସହ ଖାଲିଥିବା ଡାକ୍ତର ସମେତ ଅନ୍ୟାନ୍ୟ ପଦବୀଗୁଡିକୁ ପୂରଣ କରିବାକୁ ପଡିବ। ଅପରପକ୍ଷେ ଗୁରୁବାର ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗରେ ୨୪୭୩ ଜଣ ନୁତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥିମଧ୍ୟରୁ ଭଞ୍ଜନଗର ମେଡିକାଲକୁ ୧୦ଟି ଡାକ୍ତର ଦେବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ସେହିଭଳି ଜିଲା ପାଇଁ ୨୪୦ ଜଣ ଡାକ୍ତର ଦେବା ପାଇଁ ଅନୁରୋଧ କରାଯାଇଛି। ଆଜି ନିଯୁକ୍ତି ପର୍ବ ସରିବା ପରେ ଖୁବ ଶୀଘ୍ର ସେମାନଙ୍କୁ ମେଡିକାଲ ଗୁଡିକରେ ନିଯୁକ୍ତି ଦିଆଯିବ। ଭଞ୍ଜନଗର ମେଡିକାଲର ଆବଶ୍ୟକତାକୁ ଦେଖି ସରକାର ୧୦ ଟି ନୂତନ ଡାକ୍ତର ଦେବାପାଇଁ ସାଧାରଣରେ ଦାବି ହୋଇଛି। ଏଥିସହ ଖାଲିଥିବା ଅନ୍ୟ ପଦବୀଗୁଡିକୁ ମଧ୍ୟ ପୂରଣ କରିବା ପାଇଁ ଦାବି ହୋଇଛି।
ସୂଚନାଯୋଗ୍ୟଯେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ଉପରେ ଭଞ୍ଜନଗର ଉପଖଣ୍ଡର ୮ ଟି ବ୍ଲକ ଓ ଭଞ୍ଜନଗର, ବେଲଗୁଣ୍ଠା, ବୁଗୁଡ଼ା, ସୋରଡ଼ା ଏନଏସି ସମେତ କନ୍ଧମାଳ ଜିଲା ରାଇକିଆ, ଜି.ଉଦୟଗିରି, ଚକାପାଦ ବ୍ଲକ ଜନସାଧାରଣ ଏବଂ ନୟାଗଡ଼ ଜିଲାର ଦଶପଲ୍ଲା ଏବଂ ଓ ଅଞ୍ଚଳର ରୋଗୀମାନେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ନିର୍ଭରଶୀଳ। ତେଣୁ ଦୈନନ୍ଦିନ ବହୁ ଲୋକ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆସିଥାନ୍ତି। କିନ୍ତୁ ଏଠାରେ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ରୋଗୀମାନେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ଏନେଇ ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଖାଲିଥିବା ପଦବୀ ଗୁଡିକ ପୂରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri