ବଲାଙ୍ଗୀରରେ ବନ୍ଦ୍‌ର ପ୍ରଭାବ

ବଲାଙ୍ଗୀର ଅଫିସ,୨୬।୨: ସର୍ବଭାରତୀୟ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ଶୁକ୍ରବାର ବନ୍ଦ ପାଳନ ଯୋଗୁ ଜନଜୀବନ ଠପ୍‌ ହୋଇଯାଇଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବଲାଙ୍ଗୀର ଜିଲା ବଣିକ ସଂଘ ପକ୍ଷରୁ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରୁ ସରକାରୀ ଅଫିସ, ବ୍ୟାଙ୍କ, ଡାକଘର, ଗାଡ଼ି ଚଳାଚଳକୁ ବାଦ୍‌ ଦିଆଯାଇଥିବା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ କହିଛନ୍ତି।