ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୪.୯୫%

ନୂଆଦିଲ୍ଲୀ,୧୭।୧: ଗତ କିଛି ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ମୂଲ୍ୟ ହାରରେ ପରିବର୍ତ୍ତନ ହୋଇଚାଲିଛି। ଏପରିକି ୨୦୨୨ ଡିସେମ୍ବର ମାସ ପାଇଁ ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ହାର ବିଗତ ୨୨ ମାସର ସର୍ବନିମ୍ନ ସ୍ତର ୪.୯୫%କୁ ଖସିଆସିଛି। ବିଶେଷକରି ୨୦୨୨ ନଭେମ୍ବରରେ ପାଇକାରୀ ମୂଲ୍ୟ ୫.୮୫%ରେ ରହିଥିବା ବେଳେ ୨୦୨୧ ଡିସେମ୍ବରରେ ଏହାର ହାର ୧୪.୨୭% ରହିଥିଲା। ଅପରପକ୍ଷରେ ଖାଦ୍ୟସାମଗ୍ରୀ ଏବଂ ଅଶୋଧିତ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁ ଏଭଳି ହୋଇଥିବା ଆକଳନ କରାଯାଉଛି। ସେହିଭଳି ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ହାର ୨୦୨୨ ଡିସେମ୍ବର ମାସ ପାଇଁ ପାଇକାରୀ ମୂଲ୍ୟରେ ମାସ ତୁଳନାରେ ୧.୧୨% କମ୍‌ ରହିଥିଲା। ଏପରିକି ଖାଦ୍ୟ ପ୍ରବନ୍ଧରେ ମୁଦ୍ରାସ୍ଫୀତି ୧.୨୫% କମିଥିବାବେଳେ ୨୦୨୨ ଡିସେମ୍ବରରେ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ଏହା ୧୮.୦୯% ସହ ଉତ୍ପାଦିତ ଦ୍ରବ୍ୟର ମୁଦ୍ରାସ୍ଫୀତି ମାସରେ ୩.୩୭% ରହିଛି ବୋଲି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୨ ଡିସେମ୍ବରରେ ମୁଦ୍ରାସ୍ଫୀତି ହାରରେ ହ୍ରାସ ମୁଖ୍ୟତଃ ଖାଦ୍ୟ ପଦାର୍ଥ, ଖଣିଜ ତୈଳ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବସ୍ତ୍ର, ରାସାୟନିକ ପଦାର୍ଥ ଏବଂ ରାସାୟନିକ ଦ୍ରବ୍ୟର ମୂଲ୍ୟରେ ହ୍ରାସ ପାଇଥାଏ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ମୂଲ୍ୟର ବୃଦ୍ଧି ମୁଖ୍ୟତଃ ଅନ୍ୟାନ୍ୟ ଉତ୍ପାଦନ ଦ୍ୱାରା ଯୋଗଦାନ କରାଯାଇଥାଏ। ବିଶେଷକରି ରେକର୍ଡ ହୋଇଥିବା ମିଡିଆର ମୁଦ୍ରଣ ଏବଂ ପୁନଃପ୍ରକାଶନ,ବୈଦ୍ୟୁତିକ ଉପକରଣ, ଅନ୍ୟାନ୍ୟ ଧାତବ ନ ଥିବା ଖଣିଜ ପଦାର୍ଥ, ଆସବାବପତ୍ର ଏବଂ ପାନୀୟ ଇତ୍ୟାଦି ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ଏପରିକି ୨୦୨୨ ନଭେମ୍ବର ପାଇକାରୀ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ୨୦୨୨ ଡିସେମ୍ବରରେ ଖାଦ୍ୟ ସୂଚକାଙ୍କ ୨୦୨୨ ନଭେମ୍ବର ତଳୁନାରେ ୨.୧୭%ରୁ ୦.୬୫%କୁ ହ୍ରାସ ପାଇଛି। ୨୦୨୨ ଡିସେମ୍ବରରେ ଅଣ-ଖାଦ୍ୟ ପଦାର୍ଥ ଏବଂ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଥିଲା ବେଳେ ଖାଦ୍ୟ ସାମଗ୍ରୀ ଏବଂ ଅଶୋଧିତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ ପାଇଥିବା ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri