ମହଙ୍ଗା ମାଡ଼ ଜାରି

ନୂଆଦିଲ୍ଲୀ, ୧୩ା୧: ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। ଖାଉଟିଙ୍କୁ ଦରଦାମ ବୃଦ୍ଧିଜନିତ ବୋଝରୁ ଆଶ୍ୱସ୍ତି ମିଳିପାରୁନାହିଁ। ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଗତ ନଭେମ୍ବର ତୁଳନାରେ ଡିସେମ୍ବରରେ ଲମ୍ବା ଡିଅଁା ମାରିଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ୱାରା ମପାଯାଉଥିବା ଦେଶର ଖୁଚୁରା ମୁଦ୍ରାସ୍ଫୀତି ୨୦୨୧ ଡିସେମ୍ବରରେ ୫.୫୯% ରହିଛି, ଯାହାକି ଗତ ନଭେମ୍ବରରେ ୪.୯୧%, ଅକ୍ଟୋବରରେ ୪.୪୮% ଏବଂ ସେପ୍ଟେମ୍ବରରେ ୪.୩୫% ରହିଥିଲା। ଏହା ଜୁଲାଇ ୨୦୨୧ ପରଠାରୁ ସବୁଠୁ ଅଧିକ। ଫଳରେ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବରରୁ ଡିସେମ୍ବର)ରେ ହାରାହାରି ସିପିଆଇ ମୁଦ୍ରାସ୍ଫୀତି ୫% ରହିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏହି ତ୍ରୈମାସିକରେ ସିପିଆଇ ମୁଦ୍ରାସ୍ଫୀତି ୫.୧% ରହିବ ବୋଲି ପୂର୍ବାନୁମାନ କରିଥିଲା।
ପରିସଂଖ୍ୟାନ ଏବଂ କାଯର୍ର୍‌ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ମହଙ୍ଗା ବଢ଼ିଛି। ୨୦୨୧ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୪.୦୫%କୁ ବୃଦ୍ଧି ପାଇଛି। ଗତ ନଭେମ୍ବରରେ ଏହାର ଅଭିବୃଦ୍ଧି ୧.୮୭% ଥିଲା। ୨୦୨୦ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୫୯% ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ୩.୪୧% ରହିଥିଲା। ଖାଦ୍ୟଶସ୍ୟ, ଅଣ୍ଡା, ଦୁଗ୍ଧ ଉତ୍ପାଦ ସାମଗ୍ରୀ ଓ ପ୍ରସ୍ତୁତ ଭୋଜନ ମୂଲ୍ୟରେ ବୃଦ୍ଧି ଯୋଗୁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୫୯% ହୋଇଛି ଏବଂ ଆର୍‌ବିଆଇର ଧାର୍ଯ୍ୟ ମୁଦ୍ରାସ୍ଫୀତି ଲକ୍ଷ୍ୟର ଉଚ୍ଚ ସୀମା (୨%ରୁ ୬%) ନିକଟତର ହୋଇଛି। ସେହିପରି ୩୯ଜଣ ଅର୍ଥଶାସ୍ତ୍ରୀଙ୍କ ମତକୁ ଆଧାର କରି ରୟଟର୍ସ ପକ୍ଷରୁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୮% ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଆର୍‌ବିଆଇ ଦ୍ୱିମାସିକ ମୁଦ୍ରା ନୀତି ସ୍ଥିର କରିବାବେଳେ ମୁଖ୍ୟତଃ ଖାଉଟି ମୂଲ୍ୟ ସୂଚକାଙ୍କ ଉପରେ ଧ୍ୟାନ ଦେଉଛି।
ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ ଆର୍‌ବିଆଇ ଗତମାସ ୮ ତାରିଖରେ ସୁଧହାରକୁ ୪%ରେ ଅପରିବର୍ତ୍ତିତ ରଖିଥିଲା। ଚଳିତ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ(ଜାନୁୟାରୀରୁ ମାର୍ଚ୍ଚ)ରେ ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ୫.୭% ହେବ ବୋଲି ଆର୍‌ବିଆଇ ପୂର୍ବାନୁମାନ କରିଛି।
ଅନ୍ୟପକ୍ଷରେ ନଭେମ୍ବର ୨୦୨୧ରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ୧.୪% ହୋଇଛି। ୨୦୨୦ ନଭେମ୍ବରରେ ଏହି ଅଭିବୃଦ୍ଧି ‘ବିଯୁକ୍ତ ୧.୬%’ ଥିଲା। ଅକ୍ଟୋବରରେ ଆଇଆଇପି ଅଭିବୃଦ୍ଧି ୩.୨% ରହିଥିଲା। ନଭେମ୍ବରରେ ଖଣି କ୍ଷେତ୍ରରେ ଅଭିବୃଦ୍ଧି ୫% ରହିଛି, ଯାହା ପୂର୍ବ ବର୍ଷ ସମାନ ମାସରେ ‘ବିଯୁକ୍ତ ୫.୪%’ ଥିଲା। ସେହିପରି ଗତ ନଭେମ୍ବରରେ ଉତ୍ପାଦନ ସେକ୍ଟରର ଅଭିବୃଦ୍ଧି କେବଳ ୦.୯% ରହିଛି, ଯାହାକି ଗତବର୍ଷ ସମାନ ମାସରେ ଏହା ‘ବିଯୁକ୍ତ ୧.୬%’ ଥିଲ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri