Categories: ଜାତୀୟ

ଏଲ୍‌ଓସିରେ ଅନୁପ୍ରବେଶ କମିଛି…

ନୂଆଦିଲ୍ଲୀ, ୨୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲଓସିରେ ଅନୁପ୍ରବେଶ ଏବଂ ଆତଙ୍କବାଦ ହ୍ରାସ ପାଇଛି । ଏସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁୂ ପ୍ରକାଶିତ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୨୧୬ ଅନୁପ୍ରବେଶ ଉଦ୍ୟମ ହୋଇଥିବାବେଳେ ୨୦୨୦ରେ କେବଳ ୯୯ ଅନୁପ୍ରବେଶ ଉଦ୍ୟମ ହୋଇଥିଲା।

ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ୨୦୧୯ରେ ୧୩୮ ଥର ଅନୁପ୍ରବେଶ ହୋଇଥିବାବେଳେ ୨୦୨୦ରେ ୫୧ ଥର ଅନୁପ୍ରବେଶ ହୋଇଛି। ୨୦୨୦ରେ ୨୪୪ ଟି ଆତଙ୍କବାଦ ଘଟଣା ଘଟିଥିଲା ଯେଉଁଥିରେ ୬୨ ସୁରକ୍ଷା କର୍ମୀ ଏବଂ ୩୭ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୨୧ ଆତଙ୍କବାଦୀ ନିହତ ହୋଇଥିଲେ।

୯୦ ଦଶକରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଆରମ୍ଭ ହେବା ପରଠାରୁ ୨୦୨୦ ସୁଦ୍ଧା ୧୪୦୯୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୫୩୫୬ ସୁରକ୍ଷା କର୍ମୀ ଶହୀଦ୍‌ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share