Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୦।୮: ପାକିସ୍ତାନର ଏକ ଷଡ଼ଯନ୍ତ୍ର ପୁଣି ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନଙ୍କ ପକ୍ଷରୁ ପଣ୍ଡ କରାଯାଇଛି। ସେନା ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଜଣକ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଏନେଇ ସେନା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀ ଜଣକ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଭାରତୀୟ ସେନା ଯବାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଫେବୃୟାରୀରେ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଚୁକ୍ତି ହେବା ପରେ ଏଲ୍‌ଓସିରେ ପ୍ରଥମ ଥର ପାଇଁ ଅନୁପ୍ରବେଶ ଉଦ୍ୟମ ହୋଇଛି। ମୃତ ଆତଙ୍କବାଦୀଙ୍କଠାରୁ ଏକେ-୪୭ ରାଇଫଲ ଜବତ ହୋଇଛି। ଏଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Share