Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୯।୭: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ପୁଣି ୨ ଜଣ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନୀମାନେ ନିୟନ୍ତ୍ରଣ ରେଖା ଡେଇଁ ଭାରତରେ ପ୍ରବେଶ କରିବାର ଉଦ୍ୟମ କରୁଥିଲେ। ଭାରତୀୟ ଫରଓ୍ବାର୍ଡ ପୋଷ୍ଟରୁ ନେଇ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଅନୁପ୍ରବେଶକାରୀମାନେ ଏହାକୁ ଖାତିର କରି ନ ଥିଲେ। ଶେଷରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟରୁ ଗୁଳି ଚାଳନା କରାଯାଇଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। ଅନ୍ୟ କିଛି ଅନୁପ୍ରବେଶକାରୀ ଭୟରେ ଦୌଡ଼ି ପଳାଇଥିବା କୁହାଯାଉଛି।

Share