Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୫।୯ : ଭାରତୀୟ ଯବାନମାନେ କଶ୍ମୀର ଡିଭିଜନର କୁପୱାରା ଜିଲାର ମାଛିଲ ସେକ୍ଟରରେ ଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ବାହିନୀ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି। ସେମାନଙ୍କ ପାଖରୁ ଦୁଇଟି ଏକେ ୪୭ ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ନିହତ ଆତଙ୍କବାଦୀଙ୍କ ପରିଚୟ  ଜଣାପଡିନାହିଁ।

ଏଲଓସି ନିକଟରେ ଆତଙ୍କବାଦୀମାନେ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଯବାନମାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେମାନେ ଏହାକୁ ଭ୍ରୁକ୍ଷେପ ନ କରି ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିବା କୁହାଯାଉଛି।

ଏହାପୂର୍ବରୁ ଶନିବାର ରାତିରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲୱାମାରେ ଦୁଇଜଣ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲେ।

Share