ବନ୍ୟା ପରେ ବ୍ୟାପିଲାଣି ସଂକ୍ରାମକ ରୋଗ

ଇସଲାମାବାଦ,୨୧ା୯: ପାକିସ୍ତାନରେ ବନ୍ୟା ଛାଡ଼ିବା ପରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି, ଆବଶ୍ୟକ ସହାୟତା ନ ଆସିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଚର୍ମ ସଂକ୍ରମଣ, ଡାଇରିଆ ଏବଂ ମ୍ୟାଲେରିଆ ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପିଛି। ଏପିରିକି ଏଥିରେ ୩୨୪ ଜଣ ଲୋକ ପ୍ରାଣ ହରାଇସାରିଲେଣି।

ଲୋକମାନେ ମଇଳା ପାଣି ପିଉଛନ୍ତି। ବନ୍ୟା ଯୋଗୁ ଶହ ଶହ ଲୋକ ବିସ୍ଥାପିତ ହୋଇଛନ୍ତି। ଅବସ୍ଥା ସ୍ବାଭାବିକକୁ ଫେରିବା ପାଇଁ ୨ରୁ ୬ ମାସ ସମୟ ଲାଗିପାରେ। ପାକିସ୍ତାନର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ପୂର୍ବରୁ ପ୍ରକାଶ ପାଇଛି। ବିସ୍ଥାପିତ ପରିବାରମାନେ ମଇଳା ପାଣି ପିଇବାକୁ ଏବଂ ଏଥିରୁ ଖାଦ୍ୟ ରାନ୍ଧିବାକୁ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି।

Share