‘ଏବେ ଭୁବନେଶ୍ୱରେ କମିବ ନାହିଁ ସଂକ୍ରମଣ’

ଭୁବନେଶ୍ୱର, ୨୯।୧୦ (ବ୍ୟୁରୋ): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅପରପକ୍ଷେ ରାଜ୍ୟରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ରାଜଧାନୀ ଭୁବନେଶ୍ୱରରୁ ରହୁଛନ୍ତି। ଭୁବନେଶ୍ୱରକୁ ପ୍ରତିଦିନ ବାହାର ରାଜ୍ୟରୁ ଯାତ୍ରୀମାନେ ଯାତାୟାତ କରୁଛନ୍ତି। ତେଣୁ ବର୍ତ୍ତମାନ ଏଠାରେ ସଂକ୍ରମଣ କମିବ ନାହିଁ। ରାଜଧାନୀରେ ସଂକ୍ରମଣ ପ୍ଲାଟୋ ଷ୍ଟେଜ୍‌ରେ ରହୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଏବେ ଜିରୋ ସଂକ୍ରମଣ ହେବ ନାହିଁ। ଲୋକଙ୍କର ଯିବା ଆସିବା ଲାଗି ରହୁଛି। ତେଣୁ ପଜିଟିଭ୍‌ ହାର ମଧ୍ୟ ଆଗକୁ ରହିବ। ତେବେ ସଂକ୍ରମଣ ଯେପରି ଆଗକୁ ନ ବଢିବ ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ସହ କରୋନା ଗାଇଡ୍‌ ଲାଇନକୁ ପାଳନ କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।