Categories: ଜାତୀୟ

ଦିନକରେ ସଂକ୍ରମଣ ୯୦% ବୃଦ୍ଧି

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌ ସଂକ୍ରମଣ ଗୋଟିଏ ଦିନରେ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ମହାମାରୀର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଯାଇଛି। ୨୪ ଘଣ୍ଟା ମଧ୍ୟରେ ୨,୧୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ଦିନ ତୁଳନାରେ ୮୯.୮ ପ୍ରତିଶତ ଅଧିକ। ରବିବାର ୧,୧୫୦ ଜଣ ସଂକ୍ରମିତ ହୋଇଥିଲେ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨୧୪ ଜଣଙ୍କ ଜୀବନ ଯାଇଛି। ଦେଶରେ ହଠାତ୍‌ ସଂକ୍ରମଣ ବଢ଼ିବାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ରବିବାର ଦେଶରେ ଦୈନିକ ପଜିଟିଭିଟି ହାର୍‌ ୦.୩୧ ପ୍ରତିଶତ ଥିବାବେଳେ ସୋମବାର ତାହା ୦.୮୩ ପ୍ରତିଶତକୁ ବୃଦ୍ଧି ପାଇଛି।

Share