ପାର୍ବଣରେ ବଢିପାରେ ସଂକ୍ରମଣ: ଡିଏମ୍‌ଇଟି

 

ଭୁବନେଶ୍ୱର,୩୦।୯(ବ୍ୟୁରୋ): ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର   ଡିଏମ୍‌ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରନ୍ତୁ । ଯାହାର କିଛି ବି ଲକ୍ଷଣ ଦେଖାଯାଇଛି  ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇବା ଆବଶ୍ୟକ ।

ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି। ପ୍ରଥମ ଡୋଜ ଟିକା ନେଲା ପରେ ଦ୍ୱିତୀୟ ଡୋଜ ଟିକା ନେବା ଆବଶ୍ୟକ । ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଥିବା ଗୁରୁବାର ସେ ସୂଚନା ଦେଇଛନ୍ତି।