ପ୍ରତି ସପ୍ତାହରେ ୬ ଗୁଣାରୁ ଅଧିକ ବେଗରେ ବୃଦ୍ଧି ପାଉଛି ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ସପ୍ତାହ ପିଛା ସଂକ୍ରମଣ ୬ ଗୁଣାରୁ ଅଧିକ ବେଗରେ ବଢୁଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତର ଦୈନିକ ସଂକ୍ରମଣ ଡିସେମ୍ବର ୨୭ରେ ୬,୫୩୧ ଥିବାବେଳେ ଜାନୁୟାରୀ ୨ରେ ୨୭,୫୫୩କୁ ବୃଦ୍ଧି ପାଇଥିଲା। ଏହା ପରେ,ଜାନୁଆରୀ ୩ରେ, ମାମଲା ୩୩,୭୫୦ରେ ପହଞ୍ଚିଥିଲା ଏବଂ ଜାନୁଆରୀ ୯ ରେ ଏହି ସଂଖ୍ୟା ୧ ଲକ୍ଷ ୫୯ ହଜାର ୬୩୨ ଅତିକ୍ରମ କରିଥିଲା।

ଜାନୁୟାରୀ ୧୦ରେ ଏହା ୧ ଲକ୍ଷ ୭୯ ହଜାର ୭୨୩ରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଦିନ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରେକର୍ଡ ହୋଇଥିଲା। ସେହିପରି ଜାନୁଆରୀ ୨ ରେ, ଭାରତରେ ୪୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ କରିଥିଲା, ଯାହା ଜାନୁୟାରୀ ୩-୯ ମଧ୍ୟରେ ୭୬୧ କୁ ବୃଦ୍ଧି ପାଇଥିଲା। ଏହି ଦୁଇ ସପ୍ତାହ ୨୭ ଡିସେମ୍ବରରୁ ଜାନୁୟାରୀ ୨ ମଧ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨,୦୨୦ ଥିବାବେଳେ ୩ ଜାନୁୟାରୀରୁ ୯ ଜାନୁୟାରୀ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧,୮୬୮ରେ ପହଞ୍ଚିଥିଲା।

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଆମେରିକା ପରେ ସଂକ୍ରମଣ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଯାହା ତେବେ ଗତ ସପ୍ତାହରେ ରିପୋର୍ଟ ହୋଇଥିବା ନୂଆ ମାମଲା ସଂଖ୍ୟା ଦୃଷ୍ଟିରୁ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଗତ ସପ୍ତାହରେ ଆମେରିକା ସର୍ବାଧିକ ୪,୦୨୭,୦୩୩ ମାମଲା ରିପୋର୍ଟ କରିଥିଲା। ଏହାପଛକୁ ଫ୍ରାନ୍ସ ୧,୪୧୯,୬୫୪ ଏବଂ ବ୍ରିଟେନରେ ୧,୨୬୭,୯୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Share