ସଂକ୍ରମଣ ନେଲା ହାତୀ ଛୁଆର ଜୀବନ

କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଡିଭିଜନ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକ୍ସନ ଅଧୀନ ବାରବାଙ୍କ ଜଙ୍ଗଲରେ ରବିବାର ଏକ ଛୁଆ ହାତୀର ମୃତ୍ୟୁ ଘଟିଥିଲା।
ବ୍ୟଚ୍ଛେଦ ରିପୋର୍ଟ ଯାଞ୍ଚ ପରେ ଏଣ୍ଡୋଥେଲିଓଟ୍ରୋପିକ ହରପସ ଭୂତାଣୁ ସଂକ୍ରମଣ ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡିଛି। ସେଣ୍ଟର ଫର ୱାଇଲ୍ଡ ଲାଇଫ ହେଲଥ ଓ କଲେଜ ଅଫ ଭେଟରନାରୀ ସାଇନ୍ସ, ଓୟୁଏଟି ଭୁବନେଶର ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ଏହି ରିପୋର୍ଟ ଜଣାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ତେବେ ବାରବାଙ୍କ ଜଙ୍ଗଲରେ ହାତୀର ସୁରକ୍ଷା ନେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।