ସଂକ୍ରମଣ ହାର ୧.୧୫ ପ୍ରତିଶତ…

ନୂଆଦିଲ୍ଲୀ, ୯।୧୦: କିଛି ଦିନ ହ୍ରାସ ପରେ ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨୭୫୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ସଂକ୍ରମଣ ହାର ୧.୧୫ ପ୍ରତିଶତରେ ପହଞ୍ଚିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୨୮,୫୯୩ ସକ୍ରିୟ ମାମଲା ରହିଛି। ଗୋଟିଏ ଦିନ ପୂର୍ବରୁ ଏହା ୨୯,୨୫୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫ ରହିଛି। ଗୋଟିଏ ଦିନ ତଳେ ଏହା ୧୨ ଥିଲା। ସେହିପରି ୨୪ ଘଣ୍ଟାରେ ୩ ହଜାର ୩୯୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୩ ହଜାର ୮୮୪ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୯୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୧୨ ହଜାର ୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୫୪ ହଜାର ୬୨୧ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share