Posted inଖେଳ

ଇନ୍‌ଫାଣ୍ଟିନୋଙ୍କ ବଡ଼ ଆଇନଗତ ବିଜୟ

ବେଲିଜୋନା, ୬।୫(ଏପି): ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛନ୍ତି। ସୁଇଜରଲାଣ୍ଡର ପୂର୍ବତନ ଅଟୋର୍ନି ଜେନେରାଲ ମାଇକେଲ ଲାଉବେରଙ୍କ ସହ ହୋଇଥିବା ତାଙ୍କ ବୈଠକ ନେଇ ତଦନ୍ତ କରୁଥିବା ସ୍ବତନ୍ତ୍ର ପ୍ରୋସିକ୍ୟୁଟର ଷ୍ଟିଫାନ କେଲରଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏନେଇ ଇନ୍‌ଫାଣ୍ଟିନୋ ଦାଖଲ କରିଥିବା ଆବେଦନକୁ ସୁଇସ୍‌ ଫେଡେରାଲ କ୍ରାଇମ କୋର୍ଟ ସମର୍ଥନ କରି ରାୟ ଦେଇଛି। ତେବେ ତଦନ୍ତକୁ ବନ୍ଦ କରାଯାଇ ନାହିଁ। ଏ ନେଇ କେଲରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।
ଗତ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ କେଲର କାର୍ଯ୍ୟାଳୟ ତରଫରୁ ୪ଟି ଖବର ତଥା ଦସ୍ତାବିଜ ପ୍ରକାଶିତ ହୋଇଥିଲା। ଫଳରେ ତାଙ୍କୁ ଦାୟିତ୍ୱରୁ ହଟାଯାଇଛି ବୋଲି କୋର୍ଟ କହିଛି। ଏହି ଦସ୍ତାବିଜ୍‌ରେ ଇନ୍‌ଫାଣ୍ଟିନୋ ଫିଫା ଦ୍ୱାରା ବୁକ୍‌ କରାଯାଇଥିବା ଏକ ଘରୋଇ ଜେଟ୍‌ ବିମାନରେ ୨୦୧୭ରେ ସୁରିନାମରୁ ସୁଇଜରଲାଣ୍ଡ ଯାତ୍ରା କରିଥିଲେ ବୋଲି ଉଲ୍ଲେଖ କରାଯାଇଥିଲା। ଏ ସଂକ୍ରାନ୍ତରେ ଇନ୍‌ଫାଣ୍ଟିନୋଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବା ଉଚିତ ବୋଲି କେଲର କହିଥିଲେ। ଏନେଇ ତଦନ୍ତ କରିବା ନେଇ କେଲରଙ୍କ କୌଣସି ଅଧିକାର ନାହିଁ ବୋଲି କୋର୍ଟ ତରଫରୁ କୁହାଯାଇଛି।
ପୁଣି ୨୦୧୬ ଓ ୨୦୧୭ରେ ମାଇକେଲ ଲାଉବେରଙ୍କ ସହ ଇନ୍‌ଫାଣ୍ଟିନୋ ଏକାଧିକ ବୈଠକରେ ସାକ୍ଷାତ କରିଥିଲେ। ଏହି ସମୟରେ ଅନ୍ତର୍ଜାତୀୟ ସକର ଅଧିକାରୀଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଥିଲା। ଉଭୟ ଅବଶ୍ୟ ଏହି ବୈଠକ ନେଇ କୌଣସି ସ୍ପଷ୍ଟିକରଣ ଦେଇ ନ ଥିଲେ ଓ ଏ ନେଇ ଗଣମାଧ୍ୟମରେ ସେତେବେଳେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ୨୦୧୬ ଫେବୃୟାରୀରେ ଇନ୍‌ଫାଣ୍ଟିନୋ ଫିଫା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ଲାଉବେରଙ୍କୁ ସୁଇଜରଲାଣ୍ଡର ଆଟର୍ନି ଜେନେରାଲ ପଦରୁ ବହିସ୍କାର କରାଯାଇଥିଲା। ସେ ବିଭିନ୍ନ ତଦନ୍ତକୁ ବାଟବଣା କରିବାରୁ ଅଭିଯୋଗ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri