ଖଣିଖାଦାନ ଅଞ୍ଚଳରେ ବନ୍ଦ ପଡ଼ିଛି ଶିଳ୍ପ, ଫିକା ପଡ଼ିଲା ବିଶ୍ୱକର୍ମା ପୂଜା

କେନ୍ଦୁଝର,୧୭ା୯(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି। କରୋନା ପରେ ଚଳିତ ବର୍ଷ ଧୂମ୍‌ଧାମରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ। ମାତ୍ର ଖଣିଖାଦାନ ଓ ଶିଳ୍ପ ବନ୍ଦ ସହିତ ଟ୍ରକ ଚଳାଚଳ ବନ୍ଦ ଯୋଗୁ ପୂଜା ମାନ୍ଦା ପଡ଼ିଛି। ବିଶେଷ କରି ଖଣି ଓ ଶିଳ୍ପ ବଢ଼ିଲେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ ଶ୍ରମିକ ଓ କର୍ମଚାରୀଙ୍କ ବ୍ୟତୀତ ଟ୍ରକ୍‌ ମାଲିକ,କର୍ମଚାରୀ, ଢାବା, ଗ୍ୟାରେଜ, ମୋଟର ପାର୍ଟ ଦୋକାନ ଆଦି ନିର୍ଭରଶୀଳ। ବେକାରୀ ସମସ୍ୟା ଗୁରୁତର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ହାତରେ ପଇସା ନାହିଁ। ଅନେକ ଟ୍ରକ କାମ ନ ପାଇ ରାସ୍ତା କଡ଼ରେ ମାସ ମାସ ଧରି ଛଡ଼ା ହୋଇଥିବା ବେଳେ ଗ୍ୟାରେଜ, ଢାବା ଆଦି ବନ୍ଦ ରହିଛି। ଫଳରେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ଲୋକମାନେ ଖୁସି ମନାଇ ପାରୁନାହାନ୍ତି। ଜିଲାରେ ପାଖାପାଖି ୭୦ ଖଣି ବନ୍ଦ ରହିଥିବା ବେଳେ ବହୁ ଶିଳ୍ପ ବନ୍ଦ ରହିଛି। ସେହିପରି ଖଣିରୁ ବିଭିନ୍ନ କାରଣରୁ ଲୁହାପଥର ପରିବହନ ବନ୍ଦ ରହିଥିବାରୁ ହଜାର ହଜାର ଟ୍ରକ୍‌ ରାସ୍ତା କଡ଼ରେ ଠିଆ ହୋଇ ରହୁଛନ୍ତି। ଫଳରେ ଲକ୍ଷାଧିକ ପରିବାର ଆର୍ଥିକ ସଙ୍କଟରେ ରହିଥିବା ବେଳେ ଜିଲାର ଅର୍ଥନୈତିକ ଅବସ୍ଥା ସଙ୍କଟରେ ରହିଛି। ଏକ୍ସାସାଇଜ ଡ୍ୟୁଟି ବୃଦ୍ଧି ଯୋଗୁ ସ୍ପଞ୍ଜ, ଷ୍ଟିଲ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ରହିଛି। ଉତ୍ପାଦନ ମୂଲ୍ୟ ବଢିଯାଉଥିବା ଏବଂ ଲାଭ ହେଉ ନ ଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ଲୁହାପଥର କିଣିବା ଏବଂ ଉତ୍ପାଦନରେ କାଟଛାଣ୍ଟ କରୁଛନ୍ତି।
ଆଗରୁ ବିଶେଷ ବିଶ୍ୱକର୍ମା ପୂଜା ଅନେକ ସ୍ଥାନରେ ବଡ଼ଆଡମ୍ବରରେ ହୋଇ ଆସୁଥିଲ। କରୋନା ପରେ ଷ୍ଟିଲ ବଜାରରେ ମାନ୍ଦାବସ୍ଥା ଯୋଗୁ ଏହାର ପ୍ରଭାବ ସିଧାସଳଖ କେନ୍ଦୁଝର ଜିଲାର ଅର୍ଥନୀତି ଉପରେ ପଡ଼ିଛି। ଏଣୁ ଚଳିତ ବର୍ଷ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନାହିଁ ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।
ଜିଲାର ଅନେକ ଲୋକ ଟ୍ରକ୍‌ ବ୍ୟବସାୟ କରି ଚଳନ୍ତି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବକମାନେ ମଧ୍ୟ ଖଣ୍ଡେ ଖଣ୍ଡେ ଟ୍ରକ କିଣି ପରିବାର ଚଳାଉଛନ୍ତି।  ଏବେ ଲୁହାପଥର ପରିବହନ ବନ୍ଦ ଥିବାରୁ ଟ୍ରକ ସବୁ ଠିଆ ହୋଇଛି। କାଁଭାଁ ଟ୍ରକ୍‌ କାମ ପାଉଛନ୍ତି। ସମସ୍ତେ ଆର୍ଥିକ ସଙ୍କଟରେ ରହିଛନ୍ତି। ଏଣୁ ଏଭଳି ପରିସ୍ଥିତିରେ ଉତ୍ସବ ମନାଇବା ପାଇଁ ଆଗ୍ରହ ନାହିଁ ବୋଲି କହିଛନ୍ତି ଟ୍ରକ୍‌ ମାଲିକ ସୁବ୍ରତ ମହାନ୍ତି।
ଟ୍ରକ୍‌, ଖଣିଖାଦାନ ଓ ଶିଳ୍ପ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରିଥାଏ। ଏସବୁରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଜିଲାରେ ପୂଜାପାର୍ବଣର ଉତ୍ସାହ ସବୁ ଫିକା ପଡୁଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri