ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ, ସିମେଣ୍ଟ ଭଳି ବୃହତ୍‌ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ୍‌ ପୁଞ୍ଜିନିବେଶ ହେବ। ବେକାର ଯୁବତୀ ଯୁବକଙ୍କୁ କାମଧନ୍ଦା ମିଳିଯିବ। ରାଜ୍ୟରେ ଶିଳ୍ପାୟନକୁ ନେଇ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇ ଆସୁଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ କରି ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ରାଜ୍ୟରେ ଥିବା ପୁରୁଣା ଶିଳ୍ପଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଚାଲିଛି। କେବଳ ବଡ଼ ଶିଳ୍ପ ନୁହେଁ ରାଜ୍ୟର ଦୁଇ ତୃତୀୟାଂଶ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡ଼ିକ ମଧ୍ୟରୁ ଅଧିକାଂଶ ସରକାରୀ ପ୍ରୋତ୍ସାହନ ଏବଂ ବଜାର ସୁବିଧା ନ ପାଇ ମୁହଁମାଡ଼ି ପଡ଼ିଛନ୍ତି। କରୋନା ମହାମାରୀ ବିପଦ ଆସିବା ପରେ ଶିଳ୍ପଗୁଡ଼ିକର ଅବସ୍ଥା ଆହୁରି ଖରାପ ହୋଇଛି। ଗତ ୪ ମାସ ହେବ ଶିଳ୍ପ କ୍ଷେତ୍ରଗୁଡ଼ିକ ଶୋଚନୀୟ ଅବସ୍ଥା ଦେଇ ଗତିକରୁଛି। କଞ୍ଚାମାଲ ଅଭାବ ସାଙ୍ଗକୁ ଶ୍ରମିକ, ବଜାର ସୁବିଧା ଆଦି ଶିଳ୍ପ ବିକାଶରେ ପ୍ରତିବନ୍ଧକ ସାଜୁଛି।

ଶିଳ୍ପ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ୩୦ଟି ବଡ଼ ପ୍ରକଳ୍ପ ୨୦୦୫ରୁ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ପୁଞ୍ଜିନିବେଶ ନ କରି ଗୋଟିଏ ପରେ ଗୋଟିଏ ପଛଘୁଞ୍ଚା ଦେଇଛନ୍ତି। ସେଥିରୁ ୧୩ଟି ପ୍ରକଳ୍ପରେ ୧,୫୫,୪୫୮.୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆଶା ଧୂଳିସାତ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଜମି ମିଳିବା ବିଳମ୍ବ କାରଣରୁ ୧୬ଟି ଶିଳ୍ପ ସଂସ୍ଥା ନିଜ ପ୍ରକଳ୍ପରୁ ଓହରି ଯାଇଛନ୍ତି। ଜମି ମିଳିଥିଲେ ମଧ୍ୟ ବିଭିନ୍ନ କାରଣରୁ ପୋସ୍କୋ ଜଗତ୍‌ସିଂହପୁର ଜିଲା ପ୍ରକଳ୍ପରୁ ଓହରି ଯାଇଥିଲା।

କେବଳ ବଡ଼ ଶିଳ୍ପ ନୁହେଁ ରାଜ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ଦୟନୀୟ। ଏମ୍‌ଏସ୍‌ଏମ୍‌ଇ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଗତ ୫ ବର୍ଷରେ ପଞ୍ଜୀକୃତ ହୋଇଥିବା ୧୫,୩୧୫ ଉଦ୍ୟୋଗରେ ତାଲା ପଡିଛି। ଏଥିରେ ନିୟୋଜିତ ଥିବା ୧ ଲକ୍ଷ ୨୯ ହଜାର ୯୫୦ ବେରୋଜଗାର ହୋଇଛନ୍ତି। ୧୧ଟି ପଛୁଆ ଜିଲାରେ ଏହି ସମୟରେ ମୋଟ ୩୫୨୦୦୫.୩୭ ଲକ୍ଷ ଟଙ୍କାର ୩୧୩୩ଟି ଶିଳ୍ପ ବନ୍ଦ ହୋଇଛି। ଏସବୁ ଶିଳ୍ପ ବନ୍ଦ ହେବା ଯୋଗୁ ୩,୪୪,୬୧୫ ଲୋକ ଜୀବିକା ହରାଇଛନ୍ତି।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୫ରେ ଶିଳ୍ପ ନୀତି କାର୍ଯ୍ୟକାରୀ କରିଥିବାବେଳେ ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଥିଲେ। ୨୦୧୭-୧୮ରେ ୫୦୧୫୮ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ କରାଯାଇଥିଲା। ଯେଉଁଥିରେ ୨,୩୨୪.୪୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧.୪୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୧୨ଟି କ୍ଷେତ୍ରରେ ୩,୯୧,୭୦୧ ଉଦ୍ୟୋଗ କାର୍ଯ୍ୟକ୍ଷମ ହୋଇଛି। ସେଥିରେ ୧୯,୧୪୧.୮୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା ବେଳେ ୧୫,୨୯,୪୬୩ ଜଣ ନିଯୁକ୍ତି ପାଇଛନ୍ତି।

ସରକାର ମଧ୍ୟ ମାନିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରୁଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି ବଳରେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହୋଇଛି। କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟ୍‌ ଅପ୍‌ ର଼୍ୟାଙ୍କରେ ଓଡ଼ିଶା ଏକ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଜିଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲ୍‌ଏସ୍‌ଡବ୍ଲ୍ୟୁସିଏ) ଗଠନ କରି ଷ୍ଟାର୍ଟ ଅପ୍‌ ଓଡ଼ିଶା ଆରମ୍ଭ କରି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି । ଏ ସବୁ ସତ୍ତ୍ୱେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି ଯେ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ଆର୍ଥିକ ଓ ବଜାର ସୁବିଧା ନ ଥିବା ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା ମହାମାରୀ ପରେ କ୍ଷୁଦ୍ରଶିଳ୍ପଗୁଡ଼ିକରେ ଆହୁରି ସମସ୍ୟା ବଢ଼ିଯାଇଛି। ଶ୍ରମିକ, ଆର୍ଥିକ ସଙ୍କଟ ଓ ଉପତ୍ାଦିତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟାକୁ ବହୁଗୁଣିତ କରି ଦେଇଛି। ସରକାର ଉଦ୍ୟୋଗଗୁଡିକ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ନ କଲେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ଏଥିରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବସିବେ। ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଶିଳ୍ପଗୁଡିକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ୮୬୬୨ ଜଣଙ୍କୁ ୭୩୦୯.୬୮ ଲକ୍ଷ ଟଙ୍କା ଆଇପିଆର ରିହାତି ଦିଆଯାଇଛି। ସେହିପରି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇଡି ପଲିସି ମାଧ୍ୟମରେ ୧୭୦୦ ଜଣଙ୍କୁ ୧୦୭୪.୦୬ ଲକ୍ଷ ଟଙ୍କା ରିହାତି ଆକାରରେ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri