Categories: ଜାତୀୟ

ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ କଲେ ଏମିତି କାମ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଜଣେ ଶିଳ୍ପପତି ନୂଆ ଘରେ ପ୍ରବେଶ କରିବା ସମୟରେ ଦିବଂଗତ ସ୍ତ୍ରୀଙ୍କ ଅଭାବ ପୂରଣ ପାଇଁ ଏକ ନୂଆ ପନ୍ଥା ଆପଣାଇଥିଲେ। ଶିଳ୍ପପତି ଶ୍ରୀନିବାସ ସ୍ତ୍ରୀଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ସ୍ତ୍ରୀ ମାଧବୀଙ୍କ ସିଲିକନ ମହମ ପ୍ରତିମୂର୍ତ୍ତି ସହିତ ତାଙ୍କ ନୂତନ ଘରେ ପ୍ରବେଶ କରିଥିଲେ। ଜୁଲାଇ ୨୦୧୭ ରେ ମାଧବୀଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
ଏକ ସୁବର୍ଣ୍ଣ ଗୋଲାପୀ ରଙ୍ଗର ଶାଢି ପିନ୍ଧି ଜଣେ ମଧ୍ୟବୟସ୍କ ମହିଳା ଏକ ଧଳା ବିଛଣାରେ ବସିଛନ୍ତି। ତାଙ୍କ ସ୍ବାମୀ ତାଙ୍କ ପାଖରେ ବସି କାନ୍ଧରେ ହାତ ରଖିଛନ୍ତି। ଏହା ଅସଲି ନୁହେଁ ନକଲି ବୋଲି କେହି ସହଜରେ ଜାଣିପାରିବେ ନାହିଁ ି। ଅତି ନିକଟରୁ ଦେଖିଲେ ଏହା ଜୀବନ୍ତ ମହିଳା ନୁହେଁ ବରଂ ଏକ ପ୍ରତିମା ବୋଲି ଜଣାପଡିବ। ଶ୍ରୀନିବାସ ମୁର୍ତ୍ତୀ କହିଛନ୍ତି ଯେ ‘ମୁଁ ମୋ ସ୍ତ୍ରୀଙ୍କ ସ୍ମୃତିରେ କିଛି ବିଶେଷ କରିବାକୁ ଚାହୁଁଥିଲି। ତିନି ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଧବୀ ତାଙ୍କ ଦୁଇ ଝିଅଙ୍କ ସହ ତିରୁପତି ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟି ଟ୍ରକର ପଛପଟ କାର ଭିତରକୁ ପଶିଥିଲା। ଏଥିରେ ମାଧବୀ ତୁରନ୍ତ ମୃତ୍ୟୁବରଣ କଲେ।
ଏହି ଦୁର୍ଘଟଣାରେ ତାଙ୍କ ଝିଅମାନେ ସାମାନ୍ୟ ଆହତ ହୋଇଥିଲେ। ଶ୍ରୀନିବାସ କହିଛନ୍ତି ଯେ, ସେ ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ମୃତିରେ ଏକ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୨୫ରୁ ଅଧିକ ସ୍ଥପତିଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ କୌଣସି ସାହାଯ୍ୟ ପାଇଲେ ନାହିଁ। ଶେଷରେ ଜଣେ ସ୍ଥପତି ମୁଁ ଚାହୁଁଥିବା ମୂର୍ତ୍ତି କରିବାକୁ ରାଜି ହୋଇଥିଲେ।

Share