୨୦ ଫୁଟର ଘାଇ: ପାଣି ମଧ୍ୟରେ ଲୋକେ

ଧର୍ମଗଡ଼,୪।୩: କଳାହାଣ୍ଡି ଜିଲା କଲମପୁର ବ୍ଲକ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ସୋମବାର ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏ ନେଇ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହା ସହ ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଛି। ଭୋର ସମୟରେ ହଠାତ୍‌ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ,କିଛି ସମୟ ମଧ୍ୟରେ ପୂରା ଅଞ୍ଚଳରେ ପାଣି ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନେଇଥିଲେ। ପାଣିରେ ଲୋକମାନଙ୍କ ଆସବାବପତ୍ର ସମ୍ପୂର୍ଣ୍ଣ ଭାସିଯାଇଛି।