ତେନ୍ତୁଳିଖୁଣ୍ଟି,୧୬ା୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗତ କିଛିଦିନ ହେବ କଲୋନି ବାସୀଙ୍କୁ ଇନ୍ଦ୍ରାବତୀ କଲୋନି ମରାମତି ତଥା ପାନୀୟ ଜଳ ଯୋଗାଣ ଉପ ବିଭାଗ ଦ୍ୱାରା ଦିଆଯାଉଥିବା ଜଳ ଯୋଗାଣ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ମୋଟର ପମ୍ପ ଖରାପ ହେବାରୁ ୨ ଦିନ ପାଣି ସମସ୍ୟା ଦେଖାଦେଲା। ତା’ ପରେ ୨ ଦିନ ଝଡ଼ ବର୍ଷା ଯୋଗୁ ବିଦ୍ୟୁତ୍ ସମସ୍ୟା ପାଇଁ ପାଣି ଯୋଗାଣ ବ୍ୟାହତ ହେଲା। ଏବେ କିଛି ଦିନ ହେବ ପାଣିଛଡ଼ା ଯାଉଥିବା ଭଲବରେ ତ୍ରୁଟି ଯୋଗୁ ପାଣି ସମସ୍ୟା ଦେଇ ଗତି କରୁଛନ୍ତି କଲୋନି ବାସୀ। ସମସ୍ୟା ସମାଧାନ କାହିଁକି ହୋଇ ପାରୁନି ବୋଲି ପାଣି ଛାଡ଼ୁଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ, ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ। ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ କୋଲାବବେସିନ ଶତ୍ରୁଘ୍ନ ମହାରଣାଙ୍କୁ ପଚାରିବାରୁ କହିଲେ, ଜଳଯୋଗାଣ ବ୍ୟବସ୍ଥା ଆମ ଅଫିସ ଅଧୀନରେ ନାହିଁ, କଲୋନୀ ରାସ୍ତା, ଜଳ ଯୋଗାଣ, କଲୋନି କ୍ୱାର୍ଟର ମରାମତି ତଥା ଦୁଇଟି ଯାକ ଅତିଥି ଭବନ, ବିଶ୍ରାମାଗାର, ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ ଅଧୀନକୁ ଆଣିବାକୁ ଚିଠି କରାଯାଇଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଉକ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କହିଦେବି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବାକୁ। ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ସାହୁଙ୍କୁ ପଚାରିବାରୁ ସେ କହିଲେ, ସେ କିଛିଦିନ କୁସୁମଖୁଣ୍ଟିରେ ଅନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଖାତିଗୁଡ଼ା ଯାଇ ଜଳଯୋଗାଣ ତ୍ରୁଟି ସୁଧାରିବାର ବ୍ୟବସ୍ଥା କରିବେ। ଖାତିଗୁଡ଼ାରେ ବର୍ତ୍ତମାନ ୩ଟି ବ୍ୟବସ୍ଥାରେ ପ୍ରକଳ୍ପ ଚାଲିଛି। ଓଡ଼ିଶା ଜଳବିଦ୍ୟୁତ୍ ନିଗମ, ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବବେସିନ, ଅନ୍ୟଟି ମୁଖ୍ୟନିର୍ମାଣ ଯନ୍ତ୍ରୀ ମୁଖୀଗୁଡ଼ା। ଏଭଳି ସ୍ଥିତିରେ କେଉଁ ସମସ୍ୟା କିଏ ସମାଧାନ କରିବ ତାହା ବୁଝା ପଡ଼ୁନି। ଏଥିପାଇଁ ଖାତିଗୁଡ଼ାରେ ଥିବା ପ୍ରକଳ୍ପ ଅଧିନସ୍ଥ ଶିକ୍ଷାନୁଷ୍ଠାନ ,ଚିକିତ୍ସାଳୟ ଏବଂ କଲୋନୀ ରାସ୍ତା ଦୂରାବସ୍ଥା ମଧ୍ୟରେ ରହିଛି।
Posted inHome, Home Left, ଆମ ଜିଲା ଖବର, ନବରଙ୍ଗପୁର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


