ଲଗାଣ ବର୍ଷାରେ ଫୁଲୁଛି ଇନ୍ଦ୍ରାବତୀ, ଭାସ୍କେଲ

କୋଡ଼ିଙ୍ଗା/କୋଷାଗୁମୁଡା, ୯।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ ୩ଦିନ ଧରି ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ, ଭାସ୍କେଲନଦୀ ଓ ଶାଖା ନଦୀ ଫୁଲି ଉଠୁଛି। ପ୍ରଭାବିତ ହେଉଛି ଲୋକଙ୍କ ଜୀବନଯାତ୍ରା। ଉଭୟ ନଦୀ ଅବବାହିକରେ ଥିବା କୋଷାଗୁମୁଡା ବ୍ଲକର ଉକିଆପାଲି, ଚିର୍ମା, ସାନଆମ୍ବଡା, କୋକଡ଼ି ସେମଳା, ବିଞ୍ଜଲି ପଞ୍ଚାୟତର ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଗାଁରେ ଦେଖାଦେଇଛି ବନ୍ୟା ଆଶଙ୍କା। ସୋମବାର ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀରେ ଜଳସ୍ତର ପ୍ରାୟ ବିପଦସଙ୍କେତଠାରୁ ମାତ୍ର ୧ଫୁଟ ତଳକୁ ରହିଛି। କ୍ରମାଗତ ଭାବେ ଯଦି ରାତିରେ ବର୍ଷା ହୁଏ ତେବେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
ନଦୀକୂଳକୁ ଲାଗି ରହିଥିବା ବି.ଏମ୍‌.ସେମଳା ପଞ୍ଚାୟତର କେରାଣ୍ଡିମାଳ, ଉକିଆପାଲି ପଞ୍ଚାୟତର ବରଗାଁ, ହର୍ଦ୍ଦୋଳି, ଘାଟବାସଲିଠାରେ ନଦୀର ଜଳସ୍ତର ନଦୀ ମୁହାଣକୁ ଲାଗିରହିଛି। ସେହିପରି କର୍ଚ୍ଚାମାଳ-ମିଚିଆ, ଚିର୍ମା-ଅସଙ୍ଗା, କେରାଣ୍ଡିମାଳ-ରୁନିଗୁଡା ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଚିର୍ମା ପଞ୍ଚାୟତର ଖଣ୍ଡିଗୁଡ଼ା, ଭାଟାଗୁଡ଼ା, ଦୁଗୁଲାହାଣ୍ଡି, ଜାଗନୀଗୁଡା, କେ.ସେମଳା ପଞ୍ଚାୟତର କଣ୍ଟାସରୁଗୁଡା, ଘାଟୁଆଳିଗୁଡା,ବିଞ୍ଜଲି ପଞ୍ଚାୟତର ଘାଟକସମୀ, ଘାଟଚୁରା, ଆଲପଦର, ଦାଡିଆଗୁଡା, ଉକିଆପଲ୍ଲୀ ପଞ୍ଚାୟତର ଘାଟବାସଲି, ହର୍ଦ୍ଦୋଳି ଗାଁରେ ଭିତରେ ବର୍ଷାଜଳ ନିଷ୍କାସନ ହୋଇପାରି ନ ଥିବାବେଳେ ଲୋକେ ଜଳବନ୍ଦୀ ଅଛନ୍ତି। ଟେମାରା ପଞ୍ଚାୟତର ଚୁରାହାଣ୍ଡି ଗାଁର ଜଳବନ୍ଦୀ ଥିବା ୩୦ ଲୋକଙ୍କୁ ଅଣାଯାଇ ଶୁଖିଲା ଖାଦ୍ୟ ଦିଆଯାଇଛି। ଲଗାଣ ବର୍ଷାରେ ବେହାଲ ହୋଇଛି କୋଷାଗୁମୁଡା ବ୍ଲକ। ରବିବାର ବ୍ଲକରେ ମୋଟ ୧୪୫ମି.ମି. ବର୍ଷା ରେକର୍ଡ କରାଯାଇଛି। ୫୨ଟି ଘର ଆଂଶିକ ଭାଙ୍ଗିଯାଇଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ବ୍ଲକର ୨୬ ପଞ୍ଚାୟତର ବହୁଗାଁରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିନାହିଁ। ସେହିଭଳି ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ବର୍ଷାପାଣି ପଶି ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ନଦୀକୂଳିଆ ଗାଁଗୁଡିକୁ ଆଲର୍ଟ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅନୁଧ୍ୟାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ତହସିଲଦାର ଶିବପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବନ୍ୟା ହେଲେ ଲୋକମାନଙ୍କୁ ନିକଟସ୍ଥ ସ୍କୁଲକୁ ଅଣାଯିବା ଯୋଜନା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri