Categories: ଜାତୀୟ

ପତ୍ନୀଙ୍କୁ କାମୁଡ଼ିଥିବା କୁକୁରକୁ ଗୁଳି କରି ହତ୍ୟା କଲେ ସ୍ବାମୀ

ଇନ୍ଦୋର,୩।୬: ପତ୍ନୀଙ୍କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲା ପଡ଼ୋଶୀଙ୍କ ପୋଷା କୁକୁର। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଗୁଳିକରି ଉକ୍ତ କୁକୁରକୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ କରିଛି। ୫୩ ବର୍ଷୀୟ ଅଭିଯୁକ୍ତ ନରେନ୍ଦ୍ର ବିଶ୍ୱଭାୟାଙ୍କୁ ପଶୁ ସୁରକ୍ଷାଙ୍କ ଲାଗି ଉଦ୍ଦିଷ୍ଟ ଦଫାରେ ଗିରଫ କରାଯାଇଥିବା ପୋଲିସ ଅଧିକାରୀ ମନୀଷ ମାହୋର କହିଛନ୍ତି।

ଇନ୍ଦୋରର ସୁଦାମା ନଗରରେ ରହୁଥିବା ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ କୁକୁର କାମୁଡ଼ି ଦେଇଥିଲେ। ଏଥି ଯୋଗୁ ନିଜ ପାଖରେ ଲାଇସେନ୍ସ ଅଧୀନ ବନ୍ଧୁକରେ ଗୁଳି କରି ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତ ଦର୍ଶାଇଛନ୍ତି ଯେ, ଉକ୍ତ କୁକୁର ବହୁ ସ୍ଥାନୀୟ ଲୋକଙ୍କୁ କାମୁଡ଼ିଥିଲା। ତଦନ୍ତରୁ ଯଦି ଏଥିରେ ସତ୍ୟତା ଥିବା ଜଣାପଡ଼େ, ତେବେ କୁକୁରର ମାଲିକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।

Share