Posted inଜାତୀୟ

କୋର୍ଟଙ୍କ ନିଷ୍ପତ୍ତି : ସ୍ବାମୀଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସରେ ୫ ହଜାର ଟଙ୍କା ଦେବେ ସ୍ତ୍ରୀ

ଭୋପାଳ,୨୩।୨: ପତ୍ନୀଙ୍କ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଦେବାର ଅନେକ ମାମଲା ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଇନ୍ଦୋରର ଫ୍ୟାମିଲି କୋର୍ଟ ଏକ ଅଜବ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଜଣେ ମହିଳାଙ୍କୁ ତାଙ୍କ ଠାରୁ ଅଲଗା ରହୁଥିବା ସ୍ବାମୀଙ୍କୁ ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସରେ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ସ୍ବାମୀ ଅମନ ତାଙ୍କ ପତ୍ନୀଙ୍କ ବିରୋଧରେ ୩ ମାସ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୨୦୨୩ରେ ମାମଲା ଦାୟର କରିଥିଲେ। ଫେବୃଆରୀ ୨୦୨୪ରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

ଓକିଲ ମନୀଷ ଇରୌଲା ସୂଚନା ଦେଇ କହିଛନ୍ତି ଯେ, ପୀଡିତ ଅମନ (23 ବର୍ଷ) ଉଜୈନର ବାସିନ୍ଦା। ୨୦୨୦ ଅମନ ଜଣେ ବନ୍ଧୁଙ୍କ ମାଧ୍ୟମରେ ୨୨ ବର୍ଷ ବୟସ୍କା ନନ୍ଦିନୀଙ୍କ ସହ ବନ୍ଧୁତା ହୋଇଥିଲେ। ବାର୍ତ୍ତାଳାପ ଆଗକୁ ବଢିବା ପରେ ନନ୍ଦିନୀ ଅମନଙ୍କୁ ପ୍ରସ୍ତାବ ଦେଇଥିଲେ। ଅମନ ବିବାହ କରିବାକୁ ଚାହୁଁନଥିଲେ କିନ୍ତୁ ନନ୍ଦିନୀ ତାଙ୍କୁ ଧମକ ଦେଇ କହିଥିଲେ ଯେ ବିବାହ ନ କଲେ ସେ ଆତ୍ମହତ୍ୟା କରିବେ। ଶେଷରେ ଜୁଲାଇ ୨୦୨୧ରେ ଦୁହେଁ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ ଏବଂ ଇନ୍ଦୋରରେ ଏକ ଭଡ଼ା ଘରେ ରହୁଥିଲେ।

ଏହା ମଧ୍ୟ କୁହାଯାଉଛି ଯେ ବିବାହ ପରେ ନନ୍ଦିନୀ ଅମନଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଅନେକ ବୁଝାମଣା ପରେ ମଧ୍ୟ ତାଙ୍କ ଆଚରଣରେ ପରିବର୍ତ୍ତନ ହୋଇନଥିଲା। ନିରାଶ ହୋଇ ସେ ନନ୍ଦିନୀଙ୍କୁ ଛାଡି ବିବାହର ଦୁଇ ମାସ ପରେ ସେପ୍ଟେମ୍ବରରେ ତାଙ୍କ ପିତାମାତାଙ୍କ ନିକଟକୁ ଚାଲି ଯାଇଥିଲେ। ତାଙ୍କ ବିଷୟରେ ବର୍ଣ୍ଣନା କରି ଅମନ କହିଛନ୍ତି ମୁଁ କେବଳ ଦ୍ୱାଦଶ ପାସ। ମୁଁ କଲେଜରେ ଆଡମିଶନ ନେଇଥିଲି, କିନ୍ତୁ ନନ୍ଦିନୀ ହେତୁ ମୋତେ ଅଧ୍ୟୟନ ଛାଡିବାକୁ ପଡିଥିଲା। ମୁଁ କୌଣସି ରୋଜଗାର କରୁନାହିଁ। ନନ୍ଦିନୀ ଏକ ବିୟୁଟି ପାର୍ଲର ଚଳାନ୍ତି । ଏଭଳି ପରିସ୍ଥିତିରେ ମୋତେ ତାଙ୍କଠାରୁ ରକ୍ଷଣାବେକ୍ଷଣ ଭତ୍ତା ଦିଆଯାଉ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?