Posted inଜାତୀୟ

କୋର୍ଟଙ୍କ ନିଷ୍ପତ୍ତି : ସ୍ବାମୀଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସରେ ୫ ହଜାର ଟଙ୍କା ଦେବେ ସ୍ତ୍ରୀ

ଭୋପାଳ,୨୩।୨: ପତ୍ନୀଙ୍କ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଦେବାର ଅନେକ ମାମଲା ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଇନ୍ଦୋରର ଫ୍ୟାମିଲି କୋର୍ଟ ଏକ ଅଜବ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଜଣେ ମହିଳାଙ୍କୁ ତାଙ୍କ ଠାରୁ ଅଲଗା ରହୁଥିବା ସ୍ବାମୀଙ୍କୁ ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସରେ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ସ୍ବାମୀ ଅମନ ତାଙ୍କ ପତ୍ନୀଙ୍କ ବିରୋଧରେ ୩ ମାସ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୨୦୨୩ରେ ମାମଲା ଦାୟର କରିଥିଲେ। ଫେବୃଆରୀ ୨୦୨୪ରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

ଓକିଲ ମନୀଷ ଇରୌଲା ସୂଚନା ଦେଇ କହିଛନ୍ତି ଯେ, ପୀଡିତ ଅମନ (23 ବର୍ଷ) ଉଜୈନର ବାସିନ୍ଦା। ୨୦୨୦ ଅମନ ଜଣେ ବନ୍ଧୁଙ୍କ ମାଧ୍ୟମରେ ୨୨ ବର୍ଷ ବୟସ୍କା ନନ୍ଦିନୀଙ୍କ ସହ ବନ୍ଧୁତା ହୋଇଥିଲେ। ବାର୍ତ୍ତାଳାପ ଆଗକୁ ବଢିବା ପରେ ନନ୍ଦିନୀ ଅମନଙ୍କୁ ପ୍ରସ୍ତାବ ଦେଇଥିଲେ। ଅମନ ବିବାହ କରିବାକୁ ଚାହୁଁନଥିଲେ କିନ୍ତୁ ନନ୍ଦିନୀ ତାଙ୍କୁ ଧମକ ଦେଇ କହିଥିଲେ ଯେ ବିବାହ ନ କଲେ ସେ ଆତ୍ମହତ୍ୟା କରିବେ। ଶେଷରେ ଜୁଲାଇ ୨୦୨୧ରେ ଦୁହେଁ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ ଏବଂ ଇନ୍ଦୋରରେ ଏକ ଭଡ଼ା ଘରେ ରହୁଥିଲେ।

ଏହା ମଧ୍ୟ କୁହାଯାଉଛି ଯେ ବିବାହ ପରେ ନନ୍ଦିନୀ ଅମନଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଅନେକ ବୁଝାମଣା ପରେ ମଧ୍ୟ ତାଙ୍କ ଆଚରଣରେ ପରିବର୍ତ୍ତନ ହୋଇନଥିଲା। ନିରାଶ ହୋଇ ସେ ନନ୍ଦିନୀଙ୍କୁ ଛାଡି ବିବାହର ଦୁଇ ମାସ ପରେ ସେପ୍ଟେମ୍ବରରେ ତାଙ୍କ ପିତାମାତାଙ୍କ ନିକଟକୁ ଚାଲି ଯାଇଥିଲେ। ତାଙ୍କ ବିଷୟରେ ବର୍ଣ୍ଣନା କରି ଅମନ କହିଛନ୍ତି ମୁଁ କେବଳ ଦ୍ୱାଦଶ ପାସ। ମୁଁ କଲେଜରେ ଆଡମିଶନ ନେଇଥିଲି, କିନ୍ତୁ ନନ୍ଦିନୀ ହେତୁ ମୋତେ ଅଧ୍ୟୟନ ଛାଡିବାକୁ ପଡିଥିଲା। ମୁଁ କୌଣସି ରୋଜଗାର କରୁନାହିଁ। ନନ୍ଦିନୀ ଏକ ବିୟୁଟି ପାର୍ଲର ଚଳାନ୍ତି । ଏଭଳି ପରିସ୍ଥିତିରେ ମୋତେ ତାଙ୍କଠାରୁ ରକ୍ଷଣାବେକ୍ଷଣ ଭତ୍ତା ଦିଆଯାଉ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri