ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍‌ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି। ବ୍ଲାକ ବକ୍ସରେ ରେକର୍ଡ ହୋଇଥିବା ବିମାନର କକ୍‌ପିଟ୍‌ ଭିତରେ ପାଇଲଟ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ପ୍ଲାଇଟ୍‌ର ଡାଟା ରେକର୍ଡରୁ ଦୁର୍ଘଟଣାର କାରଣ ଜଣାପଡ଼ିବ।

ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ ଟିମ୍‌କୁ ଲାକି ଦ୍ୱୀପ ନିକଟ ଜଳରୁ ବିମାନ ଯାତ୍ରୀଙ୍କ ଶରୀର ଓ ବିମାନର ଧ୍ୱଂସାବଶେଷ ମିଳିଛି। ଉଭୟ ବ୍ଲାକ ବକ୍ସର ସ୍ଥାନ ପାଇସାରିଛୁ। ତାକୁ ଡାଇଭର୍ସମାନେ ଏବେ ଖୋଜୁଛନ୍ତି ବୋଲି ଇଣ୍ଡୋନେସିଆ ପରିବାହନ ସୁରକ୍ଷା ଏଜେନ୍ସିର ମୁଖ୍ୟ ସୋରଜାଣ୍ଟୋ ଜାଜାଣ୍ଟୋ କହିଛନ୍ତି। ଉଲ୍ଲେଖଥାଉ କି, ୫୬ ଯାତ୍ରୀଙ୍କ ସମେତ ୬୨ ଜଣଙ୍କୁ ନେଇ ଯାଉଥିବା ଶ୍ରୀଓ୍ବିଜ ଏୟାର ପାସେଞ୍ଜର ଜେଟ୍‌ ଉଡାଣର ୪ ମିନିଟ୍‌ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Share