ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୨୬୮

ସିଆଞ୍ଜୁର ,୨୩।୧୧: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ହୋଇଥିବା ଭୂକମ୍ପ ମୃତ୍ୟୁସଂଖ୍ୟା ମଙ୍ଗଳବାର ୨୬୮କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମ୍ପର୍କୀୟମାନେ ଶବସତ୍କାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜନବହୁଳ ପଶ୍ଚିମ ଜାଭାର ଉଚ୍ଚା କୋଠାଗୁଡ଼ିକରୁ ମୃତଦେହ ମିଳୁଛି। ସୋମବାର ଜାଭାର ସିଆଞ୍ଜୁର ସହର ନିକଟରେ ୫.୬ ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଥମ ଦିନ ୧୬୨ ମୃତଦେହ ମିଳିଥିବାବେଳେ ମଙ୍ଗଳବାର ଏହା ୨୬୮ରେ ପହଞ୍ଚତ୍ଛି। ଭଗ୍ନାବଶେଷ ଓ ମାଟି ଅତଡ଼ା ତଳେ ଅଧିକ ମୃତଦେହ ରହିଥାଇପାରେ ବୋଲି ଆଶଙ୍କା କରାଯାଉଛି। ୧୫୧ ଜଣ ନିଖୋଜ ଥିବାବେଳେ ହଜାରେରୁ ଊର୍ଦ୍ଧ୍ୱ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share