ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା: ସୁନାମୀ ଚେତାବନୀ ଜାରି

ଜାକର୍ତ୍ତା,୧୪।୧୨: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ୭.୭ ତୀବ୍ରତା ରହିଛି। ଭୂକମ୍ପ ଝଟ୍‌କା ପରେ ସହରରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଭୋର ପ୍ରାୟ ୩:୨୦ରେ ମୌମେର ସହରଠାରୁ ପ୍ରାୟ ୧୦୦ କିଲୋମିଟର ଉତ୍ତରରେ ଥିବା ଫ୍ଲୋରସ ସାଗରରେ ୧୮.୫ କିଲୋମିଟର (୧୧ ମାଇଲ) ଗଭୀରତାର ଏହି ଭୂକମ୍ପ ଘଟିଛି।

Share