Posted inଜାତୀୟ

ଭାରତ-ଆମେରିକା ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୨୧।୭: ପୂର୍ବ ଲଦାଖରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଓ ସେଠାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଜୁଲାଇ ୨୯ରେ ବାୟୁସେନାରେ ୫ଟି ରାଫାଲ ଜେଟ୍‌ ସାମିଲ କରାଯିବ ବୋଲି ଜଣାପଡ଼ିଛି। ସେନା ଅଧିକାରୀସ୍ତରୀୟ ଆଲୋଚନା ଜାରି ରହିଥିଲେ ହେଁ ଚାଇନାର ଜିଦ୍‌ଖୋର୍‌ ବିସ୍ତାରବାଦୀ ନୀତି ଯୋଗୁ ସେନାକୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ସୀମାରେ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ସୈନ୍ୟବାହିନୀକୁ ସଜାଗ କରିବା ପରେ ଏବେ ଆମେରିକା ସହ ମିଶି ମିଳିତ ସମରାଭ୍ୟାସ ଆରମ୍ଭ କରିଛି ଭାରତ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ନିକଟରେ ସୋମବାରଠାରୁ ଦୁଇ ମିତ୍ର ରାଷ୍ଟ୍ର ଯୁଦ୍ଧ ଜାହାଜର ମିଳିତ ନୌସମରାଭ୍ୟାସ କରିଛନ୍ତି। ଆମେରିକା ପକ୍ଷରୁ ପରମାଣୁ ଶକ୍ତି ୟୁଏସ୍‌ଏସ୍‌ ନିମିଜ୍‌କୁ ଏଥିରେ ସାମିଲ କରାଯାଇଛି। ଭାରତ ପକ୍ଷରୁ ଡେଷ୍ଟ୍ରୟର, ଫ୍ରାଇଗେଟ୍ସ ଓ ମାରିଟାଇମ୍‌ ପାଟ୍ରୋଲ ଏୟାରକ୍ରରଫ୍ଟକୁ ସାମିଲ କରାଯାଇଛି। କେବଳ ଆଣ୍ଡାମାନ ନିକୋବର ନୁହେଁ ବରଂ ଇଷ୍ଟର୍ନ ନାଭାଲ କମାଣ୍ଡ ହେଡ୍‌ କ୍ୱାର୍ଟର୍ସ ବିଶାଖାପାଟଣାରେ ମଧ୍ୟ ଏଭଳି ମିଳିତ ସମରାଭ୍ୟାସ ଜାରି ରହିଛି। ନୌସେନା ଓ ବାୟୁସେନା ପକ୍ଷରୁ ଏଠାରେ ଶକ୍ତି ପ୍ରଦର୍ଶନ କରାଯାଉଛି। ଭାରତ ମହାସାଗରୀୟ ଅଞ୍ଚଳରେ ଚାଇନାର ଆଧିପତ୍ୟ ରୋକିବା ମାଲାକା ଷ୍ଟ୍ରେଟରେ ସୁରକ୍ଷା ବଢ଼ାଇବା ଲାଗି ଏଭଳି ରଣନୀତି ପ୍ରସ୍ତୁତ କରାଯାଇଛି।
ଭାରତ ଓ ଜାପାନ ମଧ୍ୟରେ ଜୁନ୍‌ରେ ମାଲାକା ଷ୍ଟ୍ରେଟରେ ମିଳିତ ନୌସମରାଭ୍ୟାସ କରାଯାଇଥିଲା। ଏଥିସହ ୨୦୧୫ରୁ ଭାରତ, ଆମେରିକା ସହ ମାଲାବାରରେ ମିଳିତ ନୌସମରାଭ୍ୟାସରେ ଜାପାନ ସାମିଲ ହୋଇଆସୁଛି। ଏଥିରେ ଅଷ୍ଟ୍ରେଲିଆକୁ ସାମିଲ କରିବା ଲାଗି ଭାରତ ବିଚାର କରୁଛି। ଏହା ସମ୍ଭବ ହୋଇପାରିଲେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଫସର ଫାଟିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri