Posted inଜାତୀୟ

ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା

ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଯାଇଛି। ମୃତ ମହିଳାଙ୍କ ଷଷ୍ଠ ପୁଅ ଏବେ ଜୀବନମରଣ ସହ ସଂକ୍ରଗାମ କରୁଛନ୍ତି। ୧୫ ଦିନ ମଧ୍ୟରେ ପରିବାରର ୬ ଜଣ ସଦସ୍ୟ କରୋନାରେ ମୃତ୍ୟୁବରଣ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ଏହି ମାମଲା ଝାଡଖଣ୍ଡର ଧନବାଦର କତରାସ ଅଞ୍ଚଳରେ ଘଟିଛି। ରାନୀ ବଜାରରେ ରହୁଥିବା ପରିବାରର ଷଷ୍ଠ ସଦସ୍ୟ ସୋମବାର କରୋନା ସଂକ୍ରମଣ ହେତୁ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୮୮ ବର୍ଷ ବୟସ୍କା ମା’ଙ୍କର ଜୁଲାଇ ୪ରେ ବୋକାରୋସ୍ଥିତ ଏକ ନର୍ସିଂହୋମରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦରୁ ଜଣାପଡିଛି ଯେ ସେ କରୋନା ପଜିଟିଭ ଥିଲେ। ତା’ପରେ ରାଞ୍ଚିର ରିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଦ୍ୱିତୀୟ ପୁଅ କେନ୍ଦ୍ରୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଥିଲା। ମୃତ୍ୟୁର ଧାଡି ଏଠାରେ ବନ୍ଦ ହୋଇ ନ ଥିଲା। ତୃତୀୟ ପୁଅକୁ ଧନବାଦର ପିଏମ୍‌ସିଏଚ୍‌ରେ ମୃତ୍ୟୁ ଘଟିଥିଲା। ଜୁଲାଇ ୧୬ରେ ଚତୁର୍ଥ ପୁଅ ମଧ୍ୟ ଜାମସେଦପୁରରେ କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବରଣ କରିଥିଲେ। ପଞ୍ଚମ ପୁଅଙ୍କୁ ମଧ୍ୟ ରିମ୍ସ ରାଞ୍ଚିରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସୋମବାର ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଏକାସାଙ୍ଗରେ କରୋନା ଜୀବାଣୁ ସଂକ୍ରମଣ ହେତୁ ଜଣେ ବୃଦ୍ଧ ମହିଳା ଏବଂ ତାଙ୍କର ପାଞ୍ଚ ପୁଅଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ପରିବାରର ଅନେକ ସଦସ୍ୟ ମଧ୍ୟ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri