Posted inଜାତୀୟ

ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା

ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଯାଇଛି। ମୃତ ମହିଳାଙ୍କ ଷଷ୍ଠ ପୁଅ ଏବେ ଜୀବନମରଣ ସହ ସଂକ୍ରଗାମ କରୁଛନ୍ତି। ୧୫ ଦିନ ମଧ୍ୟରେ ପରିବାରର ୬ ଜଣ ସଦସ୍ୟ କରୋନାରେ ମୃତ୍ୟୁବରଣ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ଏହି ମାମଲା ଝାଡଖଣ୍ଡର ଧନବାଦର କତରାସ ଅଞ୍ଚଳରେ ଘଟିଛି। ରାନୀ ବଜାରରେ ରହୁଥିବା ପରିବାରର ଷଷ୍ଠ ସଦସ୍ୟ ସୋମବାର କରୋନା ସଂକ୍ରମଣ ହେତୁ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୮୮ ବର୍ଷ ବୟସ୍କା ମା’ଙ୍କର ଜୁଲାଇ ୪ରେ ବୋକାରୋସ୍ଥିତ ଏକ ନର୍ସିଂହୋମରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦରୁ ଜଣାପଡିଛି ଯେ ସେ କରୋନା ପଜିଟିଭ ଥିଲେ। ତା’ପରେ ରାଞ୍ଚିର ରିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଦ୍ୱିତୀୟ ପୁଅ କେନ୍ଦ୍ରୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଥିଲା। ମୃତ୍ୟୁର ଧାଡି ଏଠାରେ ବନ୍ଦ ହୋଇ ନ ଥିଲା। ତୃତୀୟ ପୁଅକୁ ଧନବାଦର ପିଏମ୍‌ସିଏଚ୍‌ରେ ମୃତ୍ୟୁ ଘଟିଥିଲା। ଜୁଲାଇ ୧୬ରେ ଚତୁର୍ଥ ପୁଅ ମଧ୍ୟ ଜାମସେଦପୁରରେ କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବରଣ କରିଥିଲେ। ପଞ୍ଚମ ପୁଅଙ୍କୁ ମଧ୍ୟ ରିମ୍ସ ରାଞ୍ଚିରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସୋମବାର ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଏକାସାଙ୍ଗରେ କରୋନା ଜୀବାଣୁ ସଂକ୍ରମଣ ହେତୁ ଜଣେ ବୃଦ୍ଧ ମହିଳା ଏବଂ ତାଙ୍କର ପାଞ୍ଚ ପୁଅଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ପରିବାରର ଅନେକ ସଦସ୍ୟ ମଧ୍ୟ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ କଙ୍ଗନାଙ୍କ ମା’

ମୁମ୍ବାଇ,୧୧।୯-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି। ଏହାକୁ ନେଇ ବର୍ତ୍ତମାନ ସେଠାରେ ରାଜନୀତି ସରଗରମ। ଏହି...

ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତ ଝିଅ ହରନାଜ

ମୁମ୍ବାଇ,୧୩।୧୨: ଦୀର୍ଘ ୨୧ ବର୍ଷ ପରେ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଭାରତର ଝିଅ ହରନାଜ ସାନ୍ଧୁ। ସେ ୨୦୨୧ ମସିହା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ...

ଦିଦିଙ୍କ ନିଦ ହଜିଯାଇଛି: ମୋଦି

ବୁନିଆଦପୁର,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ (ସ୍ପିଡ୍‌ ବ୍ରେକର ଦିଦି)ଙ୍କ...

ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡିର ତଦନ୍ତ ଆରମ୍ଭ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୮।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଘଟଣାର ତଦନ୍ତ ଏନ୍‌ଆଇଏ...

କରୋନା ପାଇଁ ଟ୍ରେନ୍‌ ବଗିକୁ ଆଇସୋଲେଶନ ଓ୍ବାର୍ଡରେ କରାଗଲା ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ କବଳରେ ଭାରତ। ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯ଶହ ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ ଅତିକ୍ରମ କରି ସାରିଲାଣି।...

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୯୨.୭୧ ପ୍ରତିଶତ

ନୂଆଦିଲ୍ଲୀ,୨୨।୭: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୯୨.୭୧ ପ୍ରତିଶତ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର...

ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ମୃତ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ,୧୧।୧୧: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ତାଡେପାଲିଗୁଡେମ ମଣ୍ଡଳର କାଦିୟାଡ୍ଡା ଗ୍ରାମରେ ଗୁରୁବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week