Categories: ଜାତୀୟ

ଭାରତ-ଜାପାନ ମିଳିତ ସମରାଭ୍ୟାସ: ଚାଇନାର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ, ୨୬।୯: ଏଲ୍‌ଏସିରେ ଚାଇନା ସହିତ ଭାରତର ବିବାଦ ବଢ଼ିଚାଲିଥିବାବେଳେ ଏଲ୍‌ଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏପରିସ୍ଥଳେ ଭାରତ ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛ। ଏବେ ଭାରତ ଏବଂ ଜାପାନ ମଧ୍ୟରେ ମିଳିତ ସମରାଭ୍ୟାସ ୨୬ରୁ ୨୮ ପର୍ଯ୍ୟନ୍ତ ଉତ୍ତର ଆରବ ସାଗରରେ କରାଯାଉଛି। ୩ଦିନିଆ ନୌ ସମରାଭ୍ୟାସର ଚତୁର୍ଥ ସଂସ୍କରଣରେ ଉଭୟ ଦେଶ ଶତ୍ରୁର ମୁକାବିଲା କିଭଳି କରାଯିବ ତାହାର ଅଭ୍ୟାସ କରିବେ। ପ୍ରତି ଦୁଇବର୍ଷରେ ଏହି ନୌ ସମରାଭ୍ୟାସ ଆୟୋଜନ କରାଯାଇଥାଏ ବୋଲି ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ବିରୋଧରେ ଭାରତକୁ ଆମେରିକା,ଜାପାନ ଏବଂ ଅଷ୍ଟ୍ରେଲିଆ ସମର୍ଥନ ଜାରି ରଖିଛନ୍ତି। ଇତିମଧ୍ୟରେ ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୁରକ୍ଷା,ଶାନ୍ତି ସ୍ଥିତି ତଥା ବିକାଶ ଲାଗି ଆମେରିକା,ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଭାରତ ମିଳିତ ଅନ୍‌ଲାଇନ୍‌ ବୈଠକ ଶେଷ ହୋଇଛି। ଚାଇନା ଏହି ସାମୁଦ୍ରିକ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଥିବାବେଳେ ବୈଠକ ଯୋଗୁ ଏଥିରେ ବାଧା ସୃଷ୍ଟି ହୋଇଛି।

Share