ଗୁରୁଗ୍ରାମ,୧୭।୮: ଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ୟୁଟ୍ୟୁବର୍ ଏଲ୍ଭିସ ଯାଦବଙ୍କ ଘର ଉପରକୁ ରବିବାର ଗୁଳି ମାଡ଼ ହୋଇଛି। ୩ଜଣ ଦୁର୍ବୃତ୍ତ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଗୁଳିକାଣ୍ଡ ବେଳେ ଏଲ୍ଭିସ ଘରେ ଉପସ୍ଥିତ ନ ଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ୩ଜଣ ବାଇକ୍ ଆରୋହୀ ଏଲ୍ଭିଶଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘରର ପ୍ରଥମ ମହଲାରେ ଗୁଳି ବାଜିଥିଲା। ଆକ୍ରମଣ ସମୟରେ ତାଙ୍କ କେୟାରଟେକର ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ହେଲେ ଗୁଳିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି।
ଖବର ପାଇଁ ପୋଲିସ ଘଟଣା ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଏପରିକି ସିସିଟିଭି ଫୁଟେଜ ଯାଞ୍ଚ କରି ତଥ୍ୟ ଯୋଗାଡ଼ କରୁଛି। ଏଲ୍ଭିଶ ବର୍ତ୍ତମାନ ବିଦେଶରେ ଥିବା ଖବର ମିଳିଛି। ତେବେ ଘଟଣା ପଛରେ ଭାଉ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶରେ ରହୁଥିବା ଦୁଇ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉ ଏବଂ ନୀରଜ ଫରିଦପୁରିଆ ଏଲଭିଶଙ୍କ ବାସଭବନରେ ଗୁଳି ଚଳାଇଛନ୍ତି। ୟୁଟ୍ୟୁବର୍ ଏଲଭିଶ ବେଆଇନ ବେଟିଂ ଆପ ପ୍ରଚାର କରୁଥିଲେ। ଫଳରେ ତାଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା ବୋଲି ଦାବି କରିଯାଇଛି।
୨୭ ବର୍ଷୀୟ ଏଲଭିଶ ୨୦୨୩ ରେ ବିଗ ବସ OTT 2 ଜିତିଥିଲେ। ଏହା ପୂର୍ବରୁ ସେ ଜଣେ YouTuber ଭାବରେ ପ୍ରସିଦ୍ଧି ହାସଲ କରିଥିଲେ। ସେ କିଛି ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି।ଏଲଭିଶ ଯାଦବ ପୂର୍ବରୁ ମଧ୍ୟ ଅନେକ ଥର ବିବାଦରେ ଫସିଛନ୍ତି। ଗତ ବର୍ଷ, ତାଙ୍କୁ ନୋଏଡା ପୋଲିସ ଦ୍ୱାରା ରେଭ ପାର୍ଟିରେ ସାପ ବିଷ ବ୍ୟବହାର ଅଭିଯୋଗରେ ଗିରଫ କରିଥିଲ। ପରେ ସେ ଜାମିନରେ ଆସିଥିଲେ।

