Posted inଜାତୀୟ

ୟୁଟ୍ୟୁବର୍‌ ଏଲ୍‌ଭିଶଙ୍କ ଘର ଉପରକୁ ଆଖିବୁଜା ଗୁଳି ମାଡ଼

ଗୁରୁଗ୍ରାମ,୧୭।୮: ଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ୟୁଟ୍ୟୁବର୍‌ ଏଲ୍‌ଭିସ ଯାଦବଙ୍କ ଘର ଉପରକୁ ରବିବାର ଗୁଳି ମାଡ଼ ହୋଇଛି। ୩ଜଣ ଦୁର୍ବୃତ୍ତ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଗୁଳିକାଣ୍ଡ ବେଳେ ଏଲ୍‌ଭିସ ଘରେ ଉପସ୍ଥିତ ନ ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ୩ଜଣ ବାଇକ୍‌ ଆରୋହୀ ଏଲ୍‌ଭିଶଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘରର ପ୍ରଥମ ମହଲାରେ ଗୁଳି ବାଜିଥିଲା। ଆକ୍ରମଣ ସମୟରେ ତାଙ୍କ କେୟାରଟେକର ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ହେଲେ ଗୁଳିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି।

ଖବର ପାଇଁ ପୋଲିସ ଘଟଣା ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଏପରିକି ସିସିଟିଭି ଫୁଟେଜ ଯାଞ୍ଚ କରି ତଥ୍ୟ ଯୋଗାଡ଼ କରୁଛି। ଏଲ୍‌ଭିଶ ବର୍ତ୍ତମାନ ବିଦେଶରେ ଥିବା ଖବର ମିଳିଛି। ତେବେ ଘଟଣା ପଛରେ ଭାଉ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶରେ ରହୁଥିବା ଦୁଇ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉ ଏବଂ ନୀରଜ ଫରିଦପୁରିଆ ଏଲଭିଶଙ୍କ ବାସଭବନରେ ଗୁଳି ଚଳାଇଛନ୍ତି। ୟୁଟ୍ୟୁବର୍‌ ଏଲଭିଶ ବେଆଇନ ବେଟିଂ ଆପ ପ୍ରଚାର କରୁଥିଲେ। ଫଳରେ ତାଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା ବୋଲି ଦାବି କରିଯାଇଛି।

୨୭ ବର୍ଷୀୟ ଏଲଭିଶ ୨୦୨୩ ରେ ବିଗ ବସ OTT 2 ଜିତିଥିଲେ। ଏହା ପୂର୍ବରୁ ସେ ଜଣେ YouTuber ଭାବରେ ପ୍ରସିଦ୍ଧି ହାସଲ କରିଥିଲେ। ସେ କିଛି ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି।ଏଲଭିଶ ଯାଦବ ପୂର୍ବରୁ ମଧ୍ୟ ଅନେକ ଥର ବିବାଦରେ ଫସିଛନ୍ତି। ଗତ ବର୍ଷ, ତାଙ୍କୁ ନୋଏଡା ପୋଲିସ ଦ୍ୱାରା ରେଭ ପାର୍ଟିରେ ସାପ ବିଷ ବ୍ୟବହାର ଅଭିଯୋଗରେ ଗିରଫ କରିଥିଲ। ପରେ ସେ ଜାମିନରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri