Categories: ଜାତୀୟ

କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ

ଡେରାଡୁନ୍‌,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଂଗ୍ରେସର ଜଣେ ଶକ୍ତିଶାଳୀ ନେତାଙ୍କ ମୃତ୍ୟୁ ଦଳ ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ଇନ୍ଦିରା କଂଗ୍ରେସ ସଂଗଠନର ଏକ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ। ସେଠାରେ ରବିବାର ସକାଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ମୃତ୍ୟୁବରଣ କରିଥିଲେ। ଏହାର କିଛି ଦିନ ପୂର୍ବରୁ ବିରୋଧୀ ଦଳର ନେତା ଥିବା ଇନ୍ଦିରା କରୋନାକୁ ହରାଇଥିଲେ। ତାଙ୍କ ପୁଅ ସୁମିତ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ମୃତଦେହକୁ ଉତ୍ତରାଖଣ୍ଡକୁ ନେବାକୁ ପ୍ରସ୍ତୁତି ଚାଲିଛି।

Share