Categories: ବାଣିଜ୍ୟ

ଓଡ଼ିଶା ବଜାରରେ ଇନ୍ଦିରା ଗ୍ୟାସ

ଭୁବନେଶ୍ୱର,୭।୧୧: ଦିଲ୍ଲୀଭିତ୍ତିକ ଇନ୍ଦିରା ଗ୍ୟାସ ଆଣ୍ଡ୍‌ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀ ବର୍ତ୍ତମାନ ଓଡ଼ିଶା ବଜାର ପ୍ରବେଶ ସହ ସାରା ରାଜ୍ୟରେ ତା’ର କାରବାର ଆରମ୍ଭ କରିଛି। ଏପରିକି କମ୍ପାନୀର ଉଭୟ ବର୍ଗର ଏଲପିଜି ସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀ ଇନ୍ଦିରା ଗ୍ୟାସ ନାମରେ ତା’ର ବ୍ୟବାସାୟ ଆରମ୍ଭ କରିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ୨୦୨୧ ଜାନୁୟାରୀରେ ପ୍ରତିଷ୍ଠା ହୋଇଥିବା ବେଳେ କମ୍ପାନୀ ଉଭୟ ଡୋମେଷ୍ଟିକ ଏବଂ କର୍ମସିଆଲ ବର୍ଗରେ ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ ଯୋଗାଇ ଦେଉଛି। ଘରୋଇ ବର୍ଗରେ ୧୪ କିଗ୍ରା ଏବଂ ବାଣିଜି୍ୟକ ବର୍ଗରେ ୫କିଗ୍ରା, ୧୨କିଗ୍ରା ଏବଂ ୧୭ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ଉପଲବ୍ଧ ରହିଛି। ଏ ସମ୍ପର୍କରେ ଇନ୍ଦିରା ଗ୍ୟାସ ଆଣ୍ଡ୍‌ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡର ଓଡ଼ିଶା ମୁଖ୍ୟ ଅଞ୍ଜଳି ଅଗ୍ରୱାଲ କହିଛନ୍ତି, ସାରା ରାଜ୍ୟରେ ଡିଲର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ୧୦୦ ଡିଲର ନିଯୁକ୍ତ ସାଙ୍ଗକୁ ଗ୍ରାହକ ସଂଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସେହିପରି କମ୍ପାନୀ ବର୍ତ୍ତମାନ ସମୟରେ କୋଲକାତା ଓ ମଥୁରା ପ୍ଲାଣ୍ଟରୁ ଓଡ଼ିଶାକୁ ଗ୍ୟାସ ଯୋଗାଇ ଦେବ।

Share